ସୋନିଆଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରେ ୭୨ ଲକ୍ଷ ଟଙ୍କା ବୃଦ୍ଧି

add-all

ରାଜ୍ୟସଭା ଯିବେ ସୋନିଆ ଗାନ୍ଧି। ଏଥିପାଇଁ ସେ ରାଜସ୍ଥାନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ବେଳେ ସୋନିଆ ସତ୍ୟପାଠରେ ନିଜ ସମ୍ପତ୍ତି ବାବଦରେ ଉଲ୍ଲେଖ କରିଛନ୍ତି।

ସୋନିଆଙ୍କ ନିକଟରେ ସର୍ବମୋଟ ୧୨ କୋଟି ୫୩ ଲକ୍ଷ ଟଙ୍କାର ସଂପତ୍ତି ରହିଛି। ସେଥିମଧ୍ୟରେ ଇଟାଲୀରେ ଥିବା ପୈତୃକ ସମ୍ପତ୍ତି ରହିଛି।  ଇଟାଲୀରେ ଥିବା ତାଙ୍କ ପୈତୃକ ସମ୍ପତ୍ତିର ମୂଲ୍ୟ ୨୬ ଲକ୍ଷ ୮୩ ହଜାର ୫୯୪ ଟଙ୍କା। ଏହି ସମ୍ପତ୍ତିରୁ ସୋନିଆଙ୍କର ପ୍ରତିବର୍ଷ ଆୟ ବି ହେଉଛି। ଏଥିନିମନ୍ତେ ସେ RBIଠୁ ଲାଇସେନ୍ସ କରିଥିବା ଜଣାଇଛନ୍ତି। ସୋନିଆଙ୍କ ନିକଟରେ ୮୮ କେଜି ରୁପା ସାଙ୍ଗକୁ ୧୨୬୭ ଗ୍ରାମ ସୁନା ରହିଛି। 

ଗତ ୫ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୧୯ ଲୋକସଭା ନିର୍ବାଚନ ପରଠୁ ସୋନିଆଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରେ ୭୨ ଲକ୍ଷ ଟଙ୍କା ବୃଦ୍ଧି ପାଇଛି। ସେତେବେଳେ ସେ ଦାଖଲ କରିଥିବା ସତ୍ୟପାଠରେ ନିଜ ସମସ୍ତ ସମ୍ପତ୍ତିର ମୂଲ୍ୟ ୧୧ କୋଟି ୮୧ ଲକ୍ଷ ଟଙ୍କା ବୋଲି ଉଲ୍ଲେଖ କରିଥିଲେ। 

ସୋନିଆଙ୍କ ନିକଟରେ ୩ ବିଘା ଚାଷ ଜମି ରହିଛି, ଯାହାର ଆନୁମାନିକ ମୂଲ୍ୟ ୫.୮୮ କୋଟି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ୨୦୧୯ରେ ଦାଖଲ କରିଥିବା ସତ୍ୟପାଠରେ ସୋନିଆ ଦିଲ୍ଲୀ ନିକଟ ଡେରାମାଣ୍ଡି ଗାଁରେ ୩ ବିଘା ଜମି ଓ ସୁଲତାନପୁର ମହରୌଲିରେ ୧୨ ବିଘା ୧୫ ବିସ୍ତା ଜମି ଥିବା ଉଲ୍ଲେଖ କରିଥିଲେ। ମାତ୍ର ଏଥର ଦାଖଲ କରିଥିବା ସତ୍ୟପାଠରେ ଉକ୍ତ ୧୨ ବିଘା ଜମି ସମ୍ପର୍କରେ କିଛି ଉଲ୍ଲେଖ କରି ନାହାନ୍ତି। ସେତେବଳେ ଉକ୍ତ ଦୁଇ ଜମିର ଦାମ ମିଶି ୭.୨୯ କୋଟି ଟଙ୍କା ହେବ ବୋଲି ସେ ଉଲ୍ଲେଖ କରିଥିଲେ।

ସୋନିଆ ନିଜ ଆୟରେ ସାଂସଦ ରୂପେ ପାଉଥିବା ଦରମା, ରୟାଲିଟିରୁ ହେଉଥିବା ଆୟ, ବ୍ୟାଙ୍କ ଜମା ଉପରେ ଆସିଥିବା ସୁଧ, ମ୍ୟୁଚୁଆଲ ଫଣ୍ଡ ଆଦିକୁ ମଧ୍ୟ ସାମିଲ କରିଛନ୍ତି। ସୋନିଆ ବର୍ତ୍ତମାନ ଉତ୍ତରପ୍ରଦେଶ ରାଏବରେଲିରୁ ଲୋକସଭା ସାଂସଦ ଥିବା ବେଳେ ରାଜ୍ୟସଭା ନିର୍ବାଚନ ପାଇଁ ରାଜସ୍ଥାନରୁ ନାମାଙ୍କନ ଦାଖଲ କରିଛନ୍ତି। 

ad-week
Leave A Reply

Your email address will not be published.