ରାହୁଲଙ୍କ ରଥର ସାରଥୀ ସାଜିଲେ ତେଜ୍ବସୀ ଯାଦବ

add-all

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବର୍ତ୍ତମାନ ବିହାରର ସାସାରାମରେ ପହଞ୍ଚିଛି। ସାସାରାମରେ ଚାଲିଥିବା ‘ଭାରତ ଯୋଡ଼ୋ ନ୍ୟାସ ଯାତ୍ରା’ ସମୟରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଏହି ଯାତ୍ରାରେ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ ତେଜସ୍ୱୀ ଯାଦବଙ୍କୁ ରାହୁଲ ଗାନ୍ଧୀଙ୍କ ‘ସାରଥୀ’ ରୂପେ ଦେଖିବାକୁ ମିଳିଛି।

ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ତେଜସ୍ୱୀ ଯାଦବ କାର ଚଳାଉଥିଲେ ଏବଂ ରାହୁଲ ଗାନ୍ଧୀ ତାଙ୍କ ପାଖ ସିଟରେ ବସିଛନ୍ତି। ରାହୁଲ ଗାନ୍ଧୀ ସାସାରାମରେ ଥିବା ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ସମୟରେ ଚାଷୀଙ୍କ ସହ କଥାବାର୍ତ୍ତା କରିଥିଲେ। କୃଷକମାନେ ଆଜି ଭରତ ବନ୍ଦ ପାଇଁ ଆହ୍ବାନ ଦେଇଛନ୍ତି।

ad-week
Leave A Reply

Your email address will not be published.