
ଦେବଗଡ଼,୧୭ା୨ : ଆବାସ ଯୋଜନା ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ପ୍ରଦାନ,ବାର୍ଧକ୍ୟ ଭତା ରାଶି ୨୦୦ ଟଙ୍କାକୁ ବୃଦ୍ଧି କରିବାସହ ହିତାଧିକାରୀ ମାନଙ୍କୁ ଏହା ତୁରନ୍ତ ପ୍ରଦାନ କରାଯିବା, ଉଚିତ ସମୟରେ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ପ୍ରଦାନ କରାଯିବା, ହୋଲ୍ଡିଂ ଟ୍ୟାକ୍ସ ବର୍ଦ୍ଧିତ ରାଶି ହ୍ରାଶ କରାଯିବା ଓ ଦେବଗଡ ସହରର ଉନ୍ନତି ଓ ପ୍ରଗତି ତ୍ୱରାନ୍ୱିତ କରାଯିବା ସହ ପୌର ପରିଷଦ ଅଧ୍ୟକ୍ଷାଙ୍କ ମନମାନି ଓ ଏକଚାଟିଆ ନୀତିକୁ ରୋକ ଲଗାଇବା ଆଦି ୫ ଦଫା ଦାବୀରେ ଶନିବାର ପୌର ପରିଷଦ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଦେବଗଡ ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ୬ ନମ୍ବର ୱାର୍ଡର ସ୍ୱାଧିନ କାଉନଶିଲର ଧର୍ମେନ୍ଦ୍ର କୁମାର ଦେବତାଙ୍କ ନେତୃତ୍ୱରେ ୭ ନମ୍ବର ୱାର୍ଡର ଭାଜପା କାଉନଶିଲର ପିଙ୍କି ସାହୁ, ୮ ନମ୍ବର ୱାର୍ଡର ଭାଜପା କାଉନଶିଲର ମଧୁସୂଦନ ବାଘ, ୯ ନମ୍ବର ୱାର୍ଡର ଭାଜପା କାଉନଶିଲର ସରୋଜିନୀ ମୁଣ୍ଡା, ୧୦ ନମ୍ବର ୱାର୍ଡର ଭାଜପା କାଉନଶିଲର ଇତିଶ୍ରୀ ମିଶ୍ର ଓ ୧୧ ନମ୍ବର ୱାର୍ଡର ଭାଜପା କାଉନଶିଲର କାର୍ତୀକ ମହାକୁଳଙ୍କ ସମେତ ବହୁ ପୁରୁଷ ଓ ମହିଳା ଏବଂ ଭାଜପା କର୍ମୀ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଳୋଗାନ ସହ ଏକ ଶୋଭାଯାତ୍ରାରେ ଦେବଗଡ ପୌର ପରିଷଦ କାର୍ଯ୍ୟାଳୟରେ ପହଂଚିଥିଲେ । ଏହାପରେ ସେମାନେ ପୌର ପରିଷଦ କାର୍ଯ୍ୟାଳୟ ଘେରାଉ କରିବାସହ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଉପରୋକ୍ତ ୫ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ଉପରୋକ୍ତ ୫ ଦଫା ଦାବୀ ଯଥାଶୀଘ୍ର ପୁରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାସହ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଉକ୍ତ ସ୍ମାରକପତ୍ର ଜରିଆରେ ଲିଖୀତ ଚେତାବନୀ ଦେଇଥିବା ଜଣାପଡିଛି ।