
ଦେବଗଡ଼,୧୭ା୨:ରାଜ୍ୟରେ ବିଜେଡି- ଭାଜପା ମଧ୍ୟରେ ଗୁପ୍ତ ତଥା ଅନୈତିକ ସମ୍ପର୍କ ରହିଛି । ବିଜେଡି – ଭାଜପା ଭାଇ ଭାଇ ଓ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ବୋଲି କଂଗ୍ରେସ ଦଳ ସବୁବେଳେ କହୁଥିବା ବେଳେ ଏହା ବହୁ କାର୍ଯ୍ୟକ୍ରମରୁ ପ୍ରମାଣିତ ହୋଇସାରିଛି । ଅନ୍ୟ ପକ୍ଷରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି ସରକାର ଭାଜପା ସରକାର ସହିତ ହାତ ମିଳାଇ ଯେଉଁଭଳି ଭାବରେ ଓଡିଶା ଓ ଓଡିଆର ଅସ୍ମିତାକୁ ଧ୍ୱଂସ କରୁଛି ତାହା ଅସ୍ୱିନୀ ବୈଷ୍ନବଙ୍କ ରାଜ୍ୟ ସଭା ପ୍ରାର୍ଥୀତ୍ୱକୁ ବିଜେଡିର ସମର୍ଥନ ଦ୍ୱାରା ପ୍ରମାଣିତ ହୋଇଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯିବା ସହ କଂଗ୍ରେସ ପକ୍ଷରୁ ଆଜି ସଂଧ୍ୟାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କୁଶ ପୁତଳିକା ଦାହ କରାଯାଇଛି । ଆଜି ସଂଧ୍ୟାରେ ଜିଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା ଓ କର୍ମୀ ସ୍ତାନୀୟ ନିଳବେର୍ଣ୍ଣୀ ସାହି ବାଇପାସ ଛକରେ ଏକତ୍ରିତ ହୋଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଳୋଗାନ ଦେବାସହ ଉଭୟଙ୍କ କୁଶ ପୁତଳିକା ଦାହ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ପାତ୍ର, ନଗର କଂଗ୍ରେସ ସଭାପତି ରେବତୀ ମୋହନ ପଟ୍ଟନାୟକ, ଜିଲା କଂଗ୍ରେସ ଓବିସି ସେଲ ସଭାପତି ସୁବାସ ଚନ୍ଦ୍ର ଭୋଇ,ଜିଲା ଯୁବ କଂଗ୍ରେସ ସଭାପତି ସଲମାନ ହେନେଜ , ଦୀପକ ବେହେରା ଓ ଶ୍ରୀତମ ସାହୁଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ ।