ବାଣ କାରଖାନାରେ ଲାଗିଲା ନିଆଁ, ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ

add-all

ଚେନ୍ନାଇ: ଆଜି ତାମିଲନାଡୁର ବିରୁଧନଗର ଜିଲ୍ଲାର ଏକ ବାଣ ତିଆରି କାରଖାନାରେ ନିଆଁ ଲାଗି ବିସ୍ଫୋରଣ ଘଟିଛି | ଏହି ଦୁର୍ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ଶନିବାର ତାମିଲନାଡୁର ବିରୁଧନଗର ଜିଲ୍ଲାର ଭେମ୍ବାକୋଟାଇ ନିକଟ ରାମୁଥେଭାନପଟ୍ଟିଠାରେ ୱାଇନର ନାମକ ଏକ ବାଣ ତିଆରି କାରଖାନାରେ ନିଆଁ ଲାଗିଯାଇଥିଲା | ଆଉ ନିଆଁ ଲାଗିବା ପରେ ହଠାତ୍ ବିସ୍ଫୋରଣ ହୋଇଥିଲା | ଏହି ବିସ୍ଫୋରଣରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

ଗୁରୁତର ଭାବେ ପୋଡି ଯାଇଥିବା ଶ୍ରମିକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ବାଣ କାରଖାନାରେ ଫସି ରହିଥିବା ଅନ୍ୟ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ବିସ୍ଫୋରଣ ପରେ ପ୍ରାୟ ୩ଟି କୋଠା ଭୁଶୁଡ଼ି ପଡ଼ିଥିଲା। ଅଗ୍ନିଶମ ବିଭାଗର କର୍ମଚାରୀ ବିସ୍ଫୋରଣ ସ୍ଥଳରେ ପହଞ୍ଚିବାବେଳେକୁ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ମୃତକଙ୍କ ପରିଚୟ ମିଳିପାରି ନାହିଁ। କୁହାଯାଉଛି ଯେ ସ୍ଥାନୀୟ ଶ୍ରମିକଙ୍କ ସହ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ମଧ୍ୟ ବାଣ କାରଖାନାରେ କାମ କରୁଥିଲେ | ପୁଲିସ କହିଛି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କାରଖାନାର ରାସାୟନିକ ମିଶ୍ରଣ କକ୍ଷରେ ଏହି ଦୁର୍ଘଟଣା ଘଟିଛି | ତେବେ ଘଟଣାଟି କିପରି ହେଲା ଏନେଇ ଅନୁସନ୍ଧାନ ଜାରି ରହିଛି।

ad-week
Leave A Reply

Your email address will not be published.