ଦେଶକୁ ବିଜେପି ମୁକ୍ତ କରିଦେବୁ: କେଜ୍ରିୱାଲ

add-all

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀ ବିଧାନସଭାରେ ଆସ୍ଥା ଭୋଟ୍ ଉପରେ ସେ କହିଛନ୍ତି, “ବିଜେପି ପାଇଁ ସବୁଠାରୁ ବଡ ଆହ୍ୱାନ ହେଉଛି ଆମ୍ ଆଦମୀ ପାର୍ଟି। ଆଜି ଯଦି ବିଜେପି କାହାକୁ ଭୟ କରେ ତେବେ ଏହା ହେଉଛି ଆମ୍ ଆଦମୀ ପାର୍ଟି। ମୁଁ କହିବାକୁ ଚାହେଁ ଯେ ଯଦି ବିଜେପି ୨୦୨୪ରେ ଲୋକସଭା ନିର୍ବାଚନରେ ହାରିବ ନାହିଁ। ତେବେ ୨୦୨୯ ମସିହାରେ ଆମ୍ ଆଦମୀ ପାର୍ଟି ଭାରତରୁ ବିଜେପିକୁ ମୁକ୍ତ କରିବ। ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆମ ନେତାଙ୍କୁ ଗିରଫ କରାଯାଇଛି, ସେମାନେ ଆମର ସମସ୍ତ କାର୍ଯ୍ୟ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ସବୁ ଦିଗରୁ ଆକ୍ରମଣ କରୁଛନ୍ତି ।

ବର୍ତ୍ତମାନ ସବୁଠାରେ ପ୍ରଶ୍ନ ଉଠିଛି ଯେ ମୋଦୀ ଜୀ ଅରବିନ୍ଦ କେଜ୍ରିୱାଲଙ୍କୁ ହଟାଇବାକୁ ଚେଷ୍ଟା କରୁଛନ୍ତି କି? ଏହି ପ୍ରଶ୍ନ ଉଠିବା ପଛରେ କେବଳ ଗୋଟିଏ ହିଁ କାରଣ ହେଉଛି ଆଜି ଦେଶରେ ବିଜେପିର ସବୁଠାରୁ ବଡ ବିରୋଧୀ ଭାବେ ଆମ ଆଦମୀ ପାର୍ଟି ଉଭା ହୋଇଛି | କେଜ୍ରିୱାଲ କହିଛନ୍ତି ଯେ ଯଦି କୌଣସି ନେତା ଚାପରେ ମଧ୍ୟ ବିଜେପିରେ ଯୋଗ ନ ଦିଅନ୍ତି ସେମାନଙ୍କୁ ଜେଲକୁ ପଠାଯାଉଛି | ବିଜେପି ସବୁଠାରେ ଚଢ଼ାଉ କଲେ ବି ଟଙ୍କାଟିଏ ମିଳିଲା ନାହିଁ | ଆମର ସମ୍ପତ୍ତି ବ୍ୟାଙ୍କ ଆକାଉଣ୍ଟରେ ନୁହେଁ ଲୋକଙ୍କ ହୃଦୟରେ ଅଛି। ସେ କହିଛନ୍ତି, “ସେମାନେ (ବିଜେପି) ନିଜକୁ ରାମ ଭକ୍ତ ବୋଲି କୁହନ୍ତି, ଏମାନଙ୍କୁ ପ୍ରଭୁ ରାମ କହିଥିଲେ କି ଦିଲ୍ଲୀର ଡାକ୍ତରଖାନାରେ ଔଷଧ ବନ୍ଦ କରନ୍ତୁ।

ad-week
Leave A Reply

Your email address will not be published.