୩ ଦିନ ଉପବାସରେ ରହି ସମାଧି ନେଲେ ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର

add-all

ନୂଆଦିଲ୍ଲୀ : ପ୍ରସିଦ୍ଧ ଜୈନ ସାଧୁ ବା ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ପରଲୋକ ଘଟିଛି। ଶନିବାର ବିଳମ୍ବିତ ରାତିରେ ଦେହତ୍ୟାଗ କରିଛନ୍ତି ମୁନି ବିଦ୍ୟାସାଗର। ଛତିଶଗଡ଼ର ଡୋଙ୍ଗରଗଡର ଚନ୍ଦ୍ରଗିରିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମୁନି ବିଦ୍ୟାସାଗର।
ତିନି ଦିନ ଧରି ଉପବାସରେ ରହି ସମାଧି ନେଇଛନ୍ତି ମୁନି। ଜୈନ ସମାଜର ଏକ ପ୍ରମୁଖ ଧାର୍ମିକ ଗୁରୁ ଥିଲେ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ। ସେ ମୃତ୍ୟୁ ପୂର୍ବରୁ ଅସୁସ୍ଥ ଥିଲେ। ତଥାପି ଏକ ବ୍ରତ ପାଳନ କରିଥିଲେ, ଯାହାରୁ ‘ସାଲେଖନା’ ବୋଲି କୁହାଯାଏ। ଏହି ବ୍ରତ ଅନୁସାରେ, ଜଣେ ବ୍ୟକ୍ତି ମୃତ୍ୟୁ ପର୍ଯ୍ୟନ୍ତ ଅନ୍ନ-ଜଳ ତ୍ୟାଗ କରିବେ। ଆତ୍ମାର ସୁଦ୍ଧତା ପାଇଁ ଜୈନ ଧର୍ମରେ ଏପରି ପ୍ରଥା ରହିଛି। ଆଚାର୍ଯ୍ୟ ବିଦ୍ୟାସାଗର ତିନି ଦିନ ପୂର୍ବରୁ ସ୍ୱେଚ୍ଛାକୃତ ଭାବେ ଏହି ବ୍ରତ ରଖିଥିଲେ। ତିନି ଦିନ ଧରି ଅନ୍ନ-ଜଳ ତ୍ୟାଗ କରି ତପସ୍ୟାରେ ଥିଲେ। ଶେଷରେ ଗତକାଲି ରାତି ପ୍ରାୟ ୨.୩୫ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା।
ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଗତବର୍ଷ ନଭେମ୍ବରରେ ଛତିଶଗଡ଼ ନିର୍ବାଚନ ସମୟରେ ଆଚାର୍ଯ୍ୟଙ୍କୁ ଭେଟିଥିଲେ। ଏହି ସମୟର କିଛି ଫଟୋ ଶେଆର୍ କରି ଆଚାର୍ଯ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏଥିସହ ତାଙ୍କ ବିୟୋଗ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.