ଝାଡ଼ଖଣ୍ଡରେ ମିଳିବ ଜାତିଭିତ୍ତିକ ସଂରକ୍ଷଣ, ସବୁଜ ସଂକେତ ଦେଲେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍

add-all

ରାଞ୍ଚି: ପଡ଼ୋଶୀ ବିହାର ଭଳି ଝାଡ଼ଖଣ୍ଡରେ ଜାତିଭିତ୍ତିକ ସର୍ଭେକୁ ସବୁଜ ସଙ୍କେତ ଦେଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍। ସିଏମ୍ ଚମ୍ପାଇ ସୋରେନ୍ ଏହାର ସଙ୍କେତ ଦେଇଛନ୍ତି। ରବିବାର ରାଜ୍ୟରେ ଜାତିଭିତ୍ତିକ ସର୍ଭେ ପାଇଁ ସବୁଜ ସଙ୍କେତ ଦିଆଯାଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସର୍ଭେ ପାଇଁ ଏକ ଡ୍ରାଫ୍ଟ (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ପ୍ରସ୍ତୁତ କରି ଅନୁମୋଦନ ପାଇଁ କ୍ୟାବିନେଟ୍ ନିକଟରେ ଉପସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ କାର୍ମିକ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସବୁକିଛି ଯୋଜନା ମୁତାବକ ହୁଏ ତେବେ ଲୋକସଭା ନିର୍ବାଚନ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।
ଏହି ସର୍ଭେ ର ସଙ୍କେତ ଦେଇ ସିଏମ ଚମ୍ପାଇ ସୋରେନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ଏକ୍ସରେ ପୋଷ୍ଟ କରି ସିଏମ ସୋରେନ ଲେଖିଛନ୍ତି ଯେ ସଂଖ୍ୟା ଯେତେ ଅଧିକ ହେବ, ଏଥିରେ ସେତେ ଅଧିକ ଅଂଶ ରହିବ। ଝାଡ଼ଖଣ୍ଡ ପ୍ରସ୍ତୁତ ଅଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ବିନୟ କୁମାର ଚୌବେ କହିଛନ୍ତି, ଝାଡ଼ଖଣ୍ଡରେ ଜାତିଭିତ୍ତିକ ସର୍ଭେ ପାଇଁ କାର୍ମିକ ବିଭାଗ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍ଓପି) ପ୍ରସ୍ତୁତ କରିବ। ଏହାକୁ କ୍ୟାବିନେଟରେ ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ। ଗତ ବର୍ଷ ଜାନୁଆରୀ ୭ରୁ ଅକ୍ଟୋବର ୨ ମଧ୍ୟରେ ତଥ୍ୟ ସଂଗ୍ରହ କରାଯାଇଥିବା ପଡ଼ୋଶୀ ବିହାର ଭଳି ଜାତିଭିତ୍ତିକ ସର୍ଭେ କରାଯିବ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.