ସ୍କୁଲରେ ଝାଡ଼ା ବାନ୍ତି, ୨୨ ଜଣ ଛାତ୍ରୀ ଆକ୍ରାନ୍ତ

add-all

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ସାଲୋହୀ ଆଶ୍ରମ ବିଦ୍ୟାଳୟରେ ଝାଡ଼ା ବାନ୍ତିର ଆତଙ୍କ। ୪ ଦିନ ହେବ ଝାଡ଼ା,ବାନ୍ତିରେ ୨୨ ଜଣ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ମାନଙ୍କୁ କେଶାଇବାହାଲ ପ୍ରାଥମିକ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଅନ୍ୟପଟେ ଗୁରୁତର ୧୦ ଛାତ୍ରୀ ଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଝାଡ଼ା ବାନ୍ତିର କାରଣ ଅସ୍ପଷ୍ଟ ରହିଛି।
ସୂଚନା ଅନୁସାରେ ତିନି ଦିନ ହେବ ସାଲୋହୀ ଆଶ୍ରମ ବିଦ୍ୟାଳୟରେ ଆତଙ୍କ ଖେଳାଇଛି ଝାଡ଼ା, ବାନ୍ତି। ପ୍ରଥମେ କିଛି ପିଲାଙ୍କୁ ଝାଡ଼ା ହୋଇଥିଲା ଔଷଧ ଦେବା ପରେ ସେମାନେ ଭଲ ହୋଇଯାଇଥିଲେ। ପୁଣି ଆଉ କିଛି ପିଲାଙ୍କର ଝାଡ଼ା, ବାନ୍ତି ହୋଇଥିଲା। ସେମାନଙ୍କୁ କେଶାଇବାହାଲ ପ୍ରାଥମିକ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା। ହେଲେ ଏକା ସାଙ୍ଗରେ କ’ଣ ପାଇଁ ଏତେ ପିଙ୍କର ଝାଡ଼ା, ବାନ୍ତି ହେଲା ତାର କାରଣ ଜଣା ପଡ଼ିନାହିଁ।
ଏସଡିଏମଓ ସୁବୋଧ ନାଏକ କହିଛନ୍ତି, ଏବେ ସବୁ ପିଲା ଭଲ ଅଛନ୍ତି। ଏକାସାଙ୍ଗରେ ଏତେ ପିଲା ମାନଙ୍କର କ’ଣ ପାଇଁ ଝାଡ଼ା ବାନ୍ତି ହୋଇଛି ତାହା ଯଣାପଡ଼ିନାହିଁ। ତେବେ ସନ୍ଦେହ କରାଯାଇଛି ଖଦ୍ୟ ପେୟର ଅନିୟମିତତା ହେତୁ ଏଭଳି ହୋଛି।

ad-week
Leave A Reply

Your email address will not be published.