ଆଇଟିଆଇ ଛାତରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ

add-all

ରାଉରକେଲା: ଝିରପାଣି ଥାନା ଅନ୍ତର୍ଗତ ଜଗଦାସ୍ଥ ଏକ ଘରୋଇ ଆଇଟିଆଇ ଛାତରୁ ପଡ଼ି ଜଣେ ଛାତ୍ର ମୃତ୍ୟୁ ହୋଇଛି। ମୃତକ ହେଲେ ଝାରଖଣ୍ଡ ବାଉଁଶଜୋରର ଅତୁଲିୟାନ ଜୋଜୋ (୨୨। ସେ ଆଇ ଟି ଆଇ ଫିଟର ଟ୍ରେଡ଼ର ପ୍ରଥମ ବର୍ଷର ଛାତ୍ର। ଅନ୍ୟ ଛାତ୍ରଙ୍କ କହିବାନୁଯାୟୀ ଅତୁଲିୟାନ୍ ଆଇଟିଆଇ ଉପରେ ଥିବା ହଷ୍ଟେଲରେ ରହିଥିଲେ। ଗତକାଲି ସନ୍ଧ୍ୟାରୁ ତାଙ୍କୁ ହଷ୍ଟେଲରେ ଦେଖିବାକୁ ମିଳିନଥିଲା। ତାତିରେ ଖାଇବାକୁ ଅନ୍ୟ ଛାତ୍ରମାନେ ଖୋଜାଖୋଜି କରିଥିଲେ। ବିଳମ୍ବିତ ରାତିରେ ତାଙ୍କୁ ହଷ୍ଟେଲକୁ ଲାଗିଥିବା ଅନ୍ୟ ଛାତରୁ ପଡ଼ିଯାଇଥିବା ଦେଖିବାକୁ ପାଇଥିଲେ। ଛାତ୍ରମାନେ ଏ ସଂକ୍ରାନ୍ତରେ ହଷ୍ଟେଲ ଅଧୀକ୍ଷକ ଓ ଝିରପାଣି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଶବ ଜବତ କରିଛି।
ଘଟଣାସ୍ଥଳରୁ ପୁଲିସ ମୃତ ଛାତ୍ରଙ୍କର ମୋବାଇଲ ଓ ଇଅର୍ ଫୋନ ଜବତ କରିଛି। ସମ୍ଭବତଃ ମୋବାଇଲରେ କଥା ହେଉଥିଲା ବେଳେ ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି। ମୃତ ଛାତ୍ର ସାଙ୍ଗରେ ରହୁଥିବା ଅନ୍ୟ ଛାତ୍ରଙ୍କ ବୟାନ ଆଧାରରେ ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.