ଦିନକ ପରେ ମାଟ୍ରିକ ପରୀକ୍ଷା: ଆନ୍ଦୋଳନରେ ଶିକ୍ଷକ ଓ କର୍ମଚାରୀ

add-all

ଭୁବନେଶ୍ବର: ଦିନକ ପରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ହେଲେ ୧୧ ଦିନ ହେଲା ରାଜଧାନୀର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ। ସରକାର ଆଲୋଚନାକୁ ଆସୁ ନାହାନ୍ତି। ଅନ୍ୟପଟେ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ କରିବା ଜିଦିରେ ଅଛନ୍ତି ଶିକ୍ଷକ ସଂଘ।
ଏପରି ସ୍ଥିତିରେ କେମିତି ହେବ ମାଟ୍ରିକ ପରୀକ୍ଷା ତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। କାରଣ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା ଆହ୍ୱାନରେ ଚାଲିଥିବା ଆନ୍ଦୋଳନ ୩୦ ହଜାରରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ, ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମିଲ ହୋଇଛନ୍ତି।

ad-week
Leave A Reply

Your email address will not be published.