ବିଭିନ୍ନ ଜାଗାରେ ସାଂସଦ ଙ୍କ ଶିଳାନ୍ୟାସ ଓ ଅନୁଦାନ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲା ଠାରେ ମାନ୍ୟବର କନ୍ଧମାଳ ସାଂସଦ ଡଃ ଅଚ୍ୟୁତାନନ୍ଦ ସାମନ୍ତ ଏକ ଚିତ୍ତ ବିନୋଦନ କେନ୍ଦ୍ରର ଉଦଘାଟନ କରିଥିଲେ l ସେଠାରୁ ସେ ଚକାପାଦ ବ୍ଲକର ବସ୍ତିଙ୍ଗିଆ ଠାରେ ଏକ ୩୫ ଲକ୍ଷ ଟଙ୍କା ବିନିମୟରେ ଆଦିବାସୀ ସାଂସ୍କୃତିକ ଭବନର ଶିଳାନ୍ୟାସ କରିଥିଲେ। ପରେ ପରେ ଟିକାବାଲି ହାଇସ୍କୁଲ ପଡିଆ ଠାରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ସେଠାରୁ ସେ ଘୁମୁସର ଉଦୟଗିରି କ୍ଲବ ସାହି ଠାରେ ଏକ ୧୦ ଲକ୍ଷ ଟଙ୍କା ବିନିମୟରେ ଚିତ୍ତ ବିନୋଦନ କେନ୍ଦ୍ରର ଶିଳାନ୍ୟାସ କରି ପରେ ଏକ ଆଦିବାସୀ ସମାବେଶ ରେ ଯୋଗଦେଇ ଥିଲେ। ଉକ୍ତ ସମାବେଶରେ ସର୍ବପୁରାତନ କୁଇ ସମାଜ ଗୃହର ମରାମତି ଓ ନୂତନ ଗୃହ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା

ମାନ୍ୟବର ସାଂସଦ ଅନୁଦାନ ଦେବାପାଇଁ ଘୋଷଣା କରିଥିଲେ । ଜି. ଉଦୟଗିରି ଠାରେ ଅନ୍ୟ ଏକ ଆଦିବାସୀ ସାଂସ୍କୃତିକ ଭବନର ମଧ୍ଯ ଶିଳାନ୍ୟାସ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ସାଂସଦଙ୍କ ସହ ଓଡିଶା ର ଉପ ବାଚସ୍ପତି ସାଲୁଗା ପ୍ରଧାନ,ଜନଜାତି ଉନ୍ନୟନ ପରିଷଦର ଅଧକ୍ଷ ରୋଦନ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଜି. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଦେବସ୍ମିତା ଶତପଥୀ, ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ଓ ଏଚ ଡି ସି ଉପାଧ୍ୟାକ୍ଷା ନଳିନୀ କଂହର ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.