ରଘୁନାଥ ମନ୍ଦିର ରୂପାନ୍ତିକରଣ କାର୍ଯ୍ୟ ର ସମୀକ୍ଷା କଲେ ନୟାଗଡ଼ ବିଧାୟକ…

add-all

ନୟାଗଡ଼: ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଓ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର୍ ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉଙ୍କୁ ଦର୍ଶନ କରିବା ସହିତ ମନ୍ଦିରର ରୂପାନ୍ତରଣ ପାଇଁ ୩କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ କୁ ସମୀକ୍ଷା କରିଛନ୍ତି । ଶ୍ରୀରାମ ବିହାର ସମେତ ନୂତନ ଭୋଗ ବଜାର କାର୍ଯ୍ୟ ର ତଦାରଖ ସହିତ ଖୁବ୍ ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ପୂଜକ ପରିଷଦର କର୍ମକର୍ତ୍ତା ଙ୍କ ସହ ମିଶି ମନ୍ଦିରର ବିଭିନ୍ନ ସମସ୍ୟା ଓ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । ସେବାୟତ ମାନଙ୍କର ଦୀର୍ଘଦିନ ଧରି ଚାଲିଥିବା ଜମିବାଡ଼ି ସମସ୍ୟାକୁ ଗୁରୁତର ଭାବେ ନେବା ସହ ୭ଦିନ ମଧ୍ୟରେ ଏହାର ସମାଧାନ କରିବାକୁ ବିଧାୟକ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବେଢ଼ା ପୁଷ୍କରିଣୀ କାର୍ଯ୍ୟ ସମୀକ୍ଷା କରିବା ସହିତ କାର୍ଯ ର ଅଗ୍ରଗତି ଅନୁଧ୍ୟାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ସୁଧାଂଶୁ ଶେଖର ବେହେରା, ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର, ପୂଜକ ପରିଷଦର ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର, ସମ୍ପାଦକ ଅଶୋକ କୁମାର ନନ୍ଦ, ସୁବ୍ରତ କୁମାର ପଣ୍ଡା, ହରିବନ୍ଧୁ ଷଡ଼ଙ୍ଗୀ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.