ବ୍ରାହ୍ମଣୀଗାଁରେ ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

add-all

ଦାରିଙ୍ଗବାଡ଼ି, ୧୯/୨: ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆଜି ବ୍ରାହ୍ମଣୀଗାଁ ଓ ଝିଞ୍ଜିରିଗୁଡ଼ା ପଞ୍ଚାୟତ ପରିସର ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ରାହ୍ମଣୀଗାଁ ପଞ୍ଚାୟତ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ସଂଯୁକ୍ତା ମଲିକ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ବିଡ଼ିଓ ଗଦାଧର ପାତ୍ର, ସମିତି ସଭ୍ୟା ଜଳିତା ମାଝୀ, ନାଏବ ସରପଞ୍ଚ ହର୍ଷାନନ୍ଦ ବସିରାୟ ଓ ଥାନା ଏ ଏସ ଆଇ ଶଙ୍କର ୱାର୍ଡାକା ପ୍ରମୁଖ ମଞ୍ଚାସିନ ଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ରୂପାନ୍ତରିତ ବିଷୟରେ ଅତିଥି ମାନେ ମାର୍ଗଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ବହୁଳ ମାତ୍ରାରେ ମହିଳା ଉପସ୍ଥିତ ରହିଥିଲେ। ବିକାସ ପଲ୍ଲୀ ମହିଳା ଦଳ ଓ ବିଭିନ୍ନ ୱାଡର କୁନିକୁନି ଝିଅ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ପଞ୍ଚାୟତ ତରଫରୁ ସେମାନଙ୍କୁ ସାନ୍ତୋନା ମୂଳକ ପୁରସ୍କାର ପ୍ରଦାନ କରା ଯାଇ ଥିଲା। କାର୍ଯ୍ୟକ୍ରମକୁ ଯୁବ ନେତା ପ୍ରଶାନ୍ତ ନାୟକ ସଂଯୋଜନା କରିଥିବାବେଳେ ପଞ୍ଚାୟତ ନିର୍ବାହ ଅଧିକାରୀ ପ୍ରମୋଦ ପ୍ରଧାନ,ଜିଆରଏସ ତିଲେଶ୍ୱର ପରିଛା ଓ ୱାର୍ଡ ସଭ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.