ଶ୍ରୀ ଗଣେଶ ମନ୍ଦିରର ବାର୍ଷିକୀ ଉତ୍ସବ ପାଳିତ

add-all

ଫୁଲବାଣୀ :କନ୍ଧମାଳ ଜିଲ୍ଲାର ଫୁଲବାଣୀ ମଧୁବୈଶ୍ୟ ଗୁଡିଆ ସମାଜ ର ସିଦ୍ଧି ମହାବିନାୟକ ଶ୍ରୀ ଗଣେଶ ମନ୍ଦିରରେ ଚଳିତ ବର୍ଷର ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସବ ସଭାପତି,ସମ୍ଫାଦକ ଓ ବେହେରାଙ୍କଉପସ୍ଥିତରେ ବେହେରା ଶିବରାମ ସାହୁ ହୋମ ଯଜ୍ଞ ଓ ପୂଜା ସମ୍ପାଦନା କରି ଆହୁତି ଦେଇଥିଲେ।ସମ୍ପାଦକ ବୁଲୁଚାନ୍ଦ ଶାସମଲ ଓ ହୋଟେଲ ଗାଙ୍ଗୁରାମ ପୂଜା ରେ ସହାୟତା କରିଥିଲେ । ପାରମ୍ପରିକ ପୂଜାରି ବ୍ରଜମୋହନ ଦାଶ ପୂଜା ପାଠ କରିଥିଲେ । ଗଣେଶଙ୍କ ମନ୍ଦିରର ପୂଜକ ସୁଦର୍ଶନ ମିଶ୍ର ଦୈନିନ୍ଦିନ ପୂଜା ସହ ବାର୍ଷିକୀ ଉତ୍ସବରେ ସହଯୋଗ କରିଥିଲେ । ବରିଷ୍ଠ ସଦସ୍ୟ ଗୋପିନାଥ ଶାସମଲ ,ଶଙ୍କର ସାହୁ , ସତ୍ୟସାହୁ ,ସନ୍ତୋଷ ସାହୁ ,ସନ୍ଦୀପ ସାହୁଙ୍କ ସହ ବହୁ ସଦସ୍ୟ ପୂଜାରେ ଭାଗନେଇ ସହାୟତା କରିଥିଲେ । ଏହି ପରିପ୍ରେକ୍ଷୀରେ ଅଚାନକ ଏକ ନୂଆ ଦମ୍ଫତ୍ତି ଓ ସେମାନଙ୍କ ପରିବାର ଲୋକେଙ୍କ ସହ ପହଞ୍ଚି ଶ୍ରୀ ଗଣେଶଙ୍କ ମନ୍ଦିର ମଧ୍ୟରେ ବରଣ ମାଳା ଦେଇ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ । ଏଥି ସହିତ କନ୍ଧମାଳ ଜିଲ୍ଲା ଯୋଜନା ର୍ବୋଡର ସଦସ୍ୟ ତଥା କାଉସିଲର ରାଜେନ୍ଦ୍ର କୁମାର ପାଢୀ ,ତାଙ୍କ କନ୍ୟା ଙ୍କର ନୂତନ ଶିକ୍ଷା (ଖଡିଛୁଆଁ )ପର୍ବ କରାଯାଇଥିଲା ।ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ସିଦ୍ଧମହା ବିନାୟକ ଶ୍ରୀ ଗଣେଶ ଙ୍କ ଦର୍ଶନ କରି ମନ୍ଦିରର କ୍ରମ ବିକାଶ ଓ ଉନ୍ନତି ଦିଗରେ ବରିଷ୍ଠ ସାମ୍ବାଦିକ, ସମାଜସେବୀ ତଥା ଫୁଲବାଣୀ ମଧୁବୈଶ୍ୟ ସମାଜର ସଭାପତି ନାରାୟଣ ସାହୁ ଓ କମିଟି ର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ ।
ସମ୍ପାଦକ ବୁଲୁଚାନ୍ଦ ଶାସମଲ ଉପସ୍ଥିତ ସମସ୍ତ ସଦସ୍ୟ ଓ ସମାଜର ବରିଷ୍ଠ ସଦସ୍ୟ, କର୍ମକର୍ତ୍ତା ତଥା ଅତିଥି ମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ ।

ad-week
Leave A Reply

Your email address will not be published.