ସାମ୍ବାଦିକଙ୍କ ପିତୃ ବିୟୋଗ

add-all

ଦାରିଙ୍ଗବାଡ଼ି,୧୯/୨ : କଳିଙ୍ଗ ନିୟୁଜ ଦାରିଙ୍ଗବାଡ଼ି ବ୍ଲକ ପ୍ରତିନିଧି ବରୁଣ କୁମାର ସିଂଙ୍କ ପିତା ଗୋବିନ୍ଦ ଚନ୍ଦ୍ର ସିଂ(୮୨) ଙ୍କର ରବିବାର ବିଳମ୍ବିତ ରାତିରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ପରଲୋକ ହୋଇଯାଇଛି। ସୋମବାର ସକାଳୁ ତାଙ୍କ ମର ଶରୀରକୁ ଦାସିଙ୍ଗବାଡ଼ି ନିଜ ବାସଭବନ କୁ ଅଣାଯିବା ପରେ ତାଙ୍କ ଶେଷ ଦର୍ଶନ ପାଇଁ ବନ୍ଧୁବର୍ଗ ଓ ଆଖ ପାଖର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଘରକୁ ପହଞ୍ଚିଥିଲେ । ଏହି ଦୁଃଖଦ ଖବର ପାଇବା ପରେ ପରିବାର ତଥା ତାଙ୍କ ଆତ୍ମୀୟ ସ୍ଵଜନ ସହିତ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି। ନିଜ ଗାଁ ଦାସିଙ୍ଗବାଡ଼ି ସମାଧି ସ୍ଥଳରେ ସମାଧିସ୍ଥ କରାଯାଇଥିଲା ବେଳେ ତାଙ୍କ ପାଖରେ ତାଙ୍କ ପୁଅ , ବହୁ ଭାଇ ଭଉଣୀ ନାତି ନାତୁଣୀ ଏବଂ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ । ସେ ଶିକ୍ଷକତା କରି ଅବସର ନେଇଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସୂଚନାଯୋଗ୍ୟ ରବିବାର ଦିନ ପେଟ ବ୍ୟଥା ହୋଇ ଅସୁସ୍ଥତା ଅନୁଭବ ହେବାରୁ ତାଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ମେଡ଼ିକାଲ ପରେ ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କୁ ନିଆଯାଇଥିଲା ହେଲେ ସେଠାରେ ଚିକିତ୍ସା ଆରମ୍ଭ ହେବାର କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.