ଭୁବନେଶ୍ବରରେ ତାପମାତ୍ରା ୩୫.୬ ଡିଗ୍ରି ରେକର୍ଡ

add-all

ଭୁବନେଶ୍ବର: ବସନ୍ତ ଋତୁରେ ଗ୍ରୀଷ୍ମଋତୁର ଅନୁଭୂତି। ବସନ୍ତ ଋତୁର ପବନ ପ୍ରବାହିତ ହେବା ବଦଳରେ ଟାଣଖରାର ପ୍ରଭାବ ରହୁଛି। ଆଜି ରାଜଧାନୀ ଭୁବନେଶ୍ୱରରେ ଗ୍ରୀଷ୍ମଋତୁର ଖରା ଅନୁଭୂତ ହୋଇଛି। ଦିନ ୨ଟା ୩୦ ସୁଦ୍ଧା ଦିନ ତାପମାତ୍ରା ୩୫.୬ ଡ଼ିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସୋମବାର ଦିନ  ୨ଟା ୩୦ ସୁଧା ୩୨.୮ ଡ଼ିଗ୍ରି ରେକର୍ଡ ହୋଇଥିବା ବେଳେ ଆଜି ୩୫.୬ ଡ଼ିଗ୍ରି ରେକର୍ଡ ହୋଇଛି। ତଥା ଆଜି ଦିନର ସର୍ବୋଚ୍ଚ ଦିନ ତାପମାତ୍ରା ୩୬ ରୁ ୩୭ ଡ଼ିଗ୍ରି ପାଖାପାଖି ରେକର୍ଡ ହେବାର ସମ୍ଭାବନା ରହିଛି। ଦୁଇ ଦିନ ପରେ କେନ୍ଦୁଝର, ମୟୂରଭଂଜ, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ।

ad-week
Leave A Reply

Your email address will not be published.