ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ, ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

add-all

ବଲାଙ୍ଗିର: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ହତ୍ୟା ଧମକ ଦିଆଯିବା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରାରୁ ଶିକ୍ଷାନୁଷ୍ଠାନ ଓ ଜରୁରୀସେବାକୁ ବାଦ୍ ଦିଆଯାଇଛି । ତେବେ ଗତକାଲି ସାଲୁଜାଙ୍କୁ ହତ୍ୟା ଧମକର ଦୁଇଟି ପୋଷ୍ଟର ଜବତ କରିଥିଲା ପୋଲିସ ।

ଆଜି ସକାଳୁ ସକାଳୁ କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ବନ୍ଦ କରୁଥିବା ପରିଲକ୍ଷିତ ହୋଇଛି। ବିଧାୟକଙ୍କ ଭାଇ ତଥା ନଗରପାଳ ବରିୟାମ ସିଂ ସାଲୁଜାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକ ବାଇକ ରାଲି କରି ପିକେଟିଂ କରି ଦୋକାନ ବଜାରକୁ ବନ୍ଦ କରିଥିଲେ। ବନ୍ଦ ପାଳନରେ ଶତାଧିକ କଂଗ୍ରେସ କର୍ମୀ , ବିଧାୟକଙ୍କ ସମର୍ଥକ ସାମିଲ ଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଗତ ରବିବାର ରାତିରେ କେହି ଜଣେ ଦୁର୍ବୃତ୍ତ କଣ୍ଟାବାଞ୍ଜି ବାଳିକା ହାଇସ୍କୁଲ ବାହାରେ ଥିବା ଏକ ଦୋକାନ ନିକଟରେ  ବ୍ୟାନର ମାରି ଫେରାର ମାରିଥିଲା । ବ୍ୟାନର ଧଳା ରଙ୍ଗର ଥିବା ବେଳେ ଏଥିରେ ଲାଲ ଅକ୍ଷରରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ୧୫ ଦିନ ଭିତରେ ହତ୍ୟା କରିବି ବୋଲି ଲେଖା ଥିଲା । ଏହା ସହ ବ୍ୟାନରରେ ଜଣେ ଯୁବକର ଫଟୋ ମଧ୍ୟ ଲଗାଯାଇଥିଲା । କଣ୍ଟାବାଞ୍ଜି ପୋଲିସ ବ୍ୟାନର ଉଦ୍ଧାର କରି ତଦନ୍ତ ଜାରି ରଖିଛି । ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ। ତେବେ ଗତ କିଛି ଦିନ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଆଉ ଏକ ପୋଷ୍ଟର ଦେଖିବାକୁ ମିଳିଥିଲା । ଯେଉଁଥିରେ ‘କଂଗ୍ରେସ ଆସୁଛି’ ବୋଲି ଲେଖାହୋଇଥିଲା । ବର୍ତ୍ତମାନ ଏହି ଦୁଇ ପୋଷ୍ଟରକୁ ନେଇ କଣ୍ଟାବାଞ୍ଜି ସହରରେ ଚର୍ଚ୍ଚା ଜୋର ଧରିଛି ।

ad-week
Leave A Reply

Your email address will not be published.