କଂଗ୍ରେସକୁ ଘାରିଲା ଘୋଡ଼ା ବେପାର ଭୟ

add-all

କର୍ଣ୍ଣାଟକା କଂଗ୍ରେସକୁ ଘାରିଛି ଘୋଡା ବେପାର ଭୟ। ରାଜ୍ୟର ଚାରୋଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ସପ୍ତାହରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରିପାରେ ବିଜେପି। ଥାନାରେ ଏଭଳି କିଛି ଅଭିଯୋଗ ଦାଖଲ କରିଛି କଂଗ୍ରେସ।

କର୍ଣ୍ଣାଟକା କଂଗ୍ରେସ ଅଭିଯୋଗ ଆଣିଛି ଯେ, ଦୁଇ ସ୍ୱାଧୀନ ବିଧାୟକ ଓ ଆଞ୍ଚଳିକ ଦଳର ଦୁଇ ଅନ୍ୟ ବିଧାୟକଙ୍କୁ ବିଜେପି କୋଟି କୋଟି ଟଙ୍କା ଅଫର କରିଛି। ଶାସକ ଦଳ ଦାବି କରିଛି ଯେ ଦୁଇଜଣ ସ୍ୱାଧୀନ ଏବଂ ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛନ୍ତି।

ବିଜେପି-ଜେଡିଏସ୍ ପଞ୍ଚମ ପ୍ରାର୍ଥୀ ଦେବା ଅର୍ଥ ଘୋଡା ବେପାର ଆଡକୁ ଇସାରା କରୁଛି। ହର୍ସ ଟ୍ରେଣ୍ଡିଂ ବା ଘୋଡା ବେପାର ପାଇଁ ଏନଡିଏ ପଞ୍ଚମ ପ୍ରାର୍ଥୀକୁ ମଇଦାନକୁ ଓହ୍ଲାଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଏନେଇ ବେଙ୍ଗାଲୁରୁ କମିଶନରଙ୍କ ନିକଟରେ ଫେରାଦ ହୋଇଛି କଂଗ୍ରେସ। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି।

ଉଲ୍ଲେଖଯୋଗ୍ୟ, ବିଜେପି ଜନତା ଦଳ(ସେକ୍ୟୁଲାର)ର କୁପେନ୍ଦ୍ର ରେଡ୍ଡୀଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ କର୍ଣ୍ଣାଟକରେ ବିବାଦ ଉପୁଜିଛି। ବର୍ତ୍ତମାନ କଂଗ୍ରେସ ପାଖରେ ୪ଟିରୁ ତିନୋଟି ସିଟ୍‌ ଅଛି। 

ad-week
Leave A Reply

Your email address will not be published.