ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଏସମା ଲାଗୁ

add-all

କଟକ : ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଏସମା ଲାଗୁ। ଅତ୍ୟାବଶ୍ୟକ ସେବା ଆଇନ ବା ଏସମା ଲଗାଇଛନ୍ତି ରାଜ୍ୟ ସରକାର। ଏହା ଆଗାମୀ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ସରକାର ବିଜ୍ଞପ୍ତି ଜାରି କରିଛନ୍ତି।
ସେପଟେ ଏସମା ଲାଗୁ ସତ୍ତ୍ୱେ ଆନ୍ଦୋଳନ ଜାରି ରଖିଛନ୍ତି ରାଜ୍ୟର ପ୍ରାୟ ୫ହଜାର ଅଗ୍ନିଶମ କର୍ମଚାରୀ। ଜୀବନ ଚାଲିଗଲେ ମଧ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଛନ୍ତି ଆନ୍ଦୋଳନରତ ଆଗ୍ନିକ। ଦୁଇ ଦଫା ଦାବିରେ ରାଜ୍ୟର ସମସ୍ତ ଅଗ୍ନିଶମ ସେବା ଅଫିସରେ ଆଗ୍ନିକ, ମୁଖ୍ୟ ଆଗ୍ନିକ ଏବଂ ଆଗ୍ନିକ ଡ୍ରାଇଭର ମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି।
ପୁଲିସ କନେଷ୍ଟବଳ ଏବଂ ହାବିଲଦାରଙ୍କ ଭଳି ସମାନ ମାନ୍ୟତା ଓ ଦରମା ପ୍ରଦାନ ଏବଂ ଅଗ୍ନିଶମ କର୍ମଚାରୀ ଙ୍କ ସରକାରୀ ସଂଘ ମାନ୍ୟତା ଦାବି କରିଛି ସଂଘ।

ad-week
Leave A Reply

Your email address will not be published.