ପୁଣିଥରେ ହ୍ୟୁମାନ ସାଗରଙ୍କ ନାଁରେ ମାମଲା

add-all

କଟକ : ପୁଣି ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଗୀତିକାର ପ୍ରମୋଦ ପରିଡ଼ାଙ୍କୁ ତାଙ୍କର ମ୍ୟାନେଜର ସାଗର ବେହେରା ମାଡ଼ ମାରିଥିବା ଅଭିଯୋଗରେ ଥାନାରେ ହୋଇଛି ଏତଲା।
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜର ସାଗର ବେହେରା ଓ ତାଙ୍କ ସହଯୋଗୀ ମିଶି ତାଙ୍କୁ ମାଡ଼ ମାରିଥିବା ନେଇ ବାଦାମବାଡ଼ି ଥାନାରେ ଏତଲା ଦେଇଛନ୍ତି ପ୍ରମୋଦ ବେହେରା। ଆକ୍ରମଣରେ ପ୍ରମୋଦଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସେ ଏତଲାରେ ଦର୍ଶାଇଛନ୍ତି। ପ୍ରମୋଦ ରହୁଥିବା ପାଲା ମଣ୍ଡପ ନିକଟରେ ଥିବା ଭଡ଼ା ଘରେ ଅନ୍ୟ ଜଣେ ଯୁବକଙ୍କୁ ନେଇ ସାଗର ପହଞ୍ଚି ଥିଲେ। ବନ୍ଦ ଘର ଭିତରେ ମାଡ଼ ମାରିଥିଲେ ଏହାପରେ ତାଙ୍କୁ ଘରୁ ଘୋଷାଡ଼ି ନେଇ ଏକ ସ୍କୁଟି ରେ ବସାଇ କୁଆଡ଼େ ନେଇ ଯାଇଥିଲେ।
ହ୍ୟୁମାନ ଭାଇଙ୍କ ନାଁରେ ଫେସବୁକରେ କାହିଁକି ଲେଖୁଛୁ, ଆଉ ଲେଖିଲେ ତତେ ମାରିଦେବୁ ବୋଲି ଧମକ ମିଲିଥିବା କହିଛନ୍ତି ପ୍ରମୋଦ। ଏ ନେଇ ବାଦାମବାଡ଼ି ଥାନାରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.