ଚେପଟିଆମ୍ବାରେ ଚାଲିଥିବା ନବ ଦିନାତ୍ମକ ବାଲିଯାତ୍ରା ଶେଷ

add-all

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବଡ଼ ଟେମରା ପଂଚାୟତ ଅନ୍ତର୍ଗତ ଚେପଟିଆମ୍ବା ଗ୍ରାମରେ ଆଜିକୁ ନ ଦିନ ନ ରାତ୍ର ଧରି ଚାଲିଥିବା ବାଲିଯାତ୍ରା ଆଜି ଶାନ୍ତି ଶୃଙ୍ଖଳାର ସହିତ ସମାପିତ ହୋଇଯାଇଛି। ବାଲିଯାତ୍ରାର ଶେଷ ଦିନରେ ବିଶାଳ ଜନସମାଗମ ସାଙ୍ଗକୁ ଉଠା ଦୋକାନୀ ମାନଙ୍କ ପ୍ରବଳ ଭିଡ଼ ଦେଖୁବାକୁ ମିଳିଛି।

ଉକ୍ତ ବାଲିଯାତ୍ରା ୧୨ ତାରିଖ ଦିନ ଦିନ ରୀତିନୀତି ଅନୁସାରେ ଆରମ୍ଭ ହୋଇ ମଙ୍ଗଳବାର ଦିନ ଶେଷ ହୋଇଛି। ଉକ୍ତ ବାଲିଯାତ୍ରାରେ ମନବୋଧ ପୂଜାରୀ, ଧବା ପୂଜାରୀ, ଘାଷିରାମ ନିଆଲ, ଗୋବିନ୍ଦ ଯାନୀ, ଡୋମେନ ଯାନୀ, ରମେଶ ହରିଜନ, ଗୁରୁବନ୍ଧୁ ଯାନୀ, ସିନ୍ଧୁ ଯାନୀ, ଭଗବାନ ଯାନୀ, ଭଦର ଯାନୀ, ରାମଧର ଯାନୀ, ଲକ୍ଷମୁଁ ଯାନୀ, ଘେନୁ ଯାନୀ, ମୋହନ ପୂଜାରୀ, ମନବୋଧ ଯାନୀ, ବୁଜ ଯାନୀ, ଲଖଣ ପୂଜାରୀ, ଦୁର୍ଗା ପୂଜାରୀ, ଅଭି ଯାନୀ, ଚକ୍ର ଯାନୀ, ଡ଼ୁମର ଯାନୀ, କମଳୁ ଯାନୀ, ରୂପଧର ଯାନୀ, ମୁକୁ ଯାନୀ, ସୁବାସ ପୂଜାରୀ, ଗୁମନ ଯାନୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ଏହା ସହିତ ଏହି ବାଲିଯାତ୍ରାକୁ ଉସିଗାଁର ହୀରାଦେଇ ଗୁରୁ ମାଇନି ନିମନ୍ତ୍ରିତ ହୋଇ ଆସି ନଅ ଦିନ ଧରି ସୁଚାରୁ ରୂପେ ପୂଜା ଅର୍ଚ୍ଚନା କରିବା ସହିତ ପରିଚାଳନା କରିଥିଲେ।ରାତ୍ରିରେ ବାଲିଯାତ୍ରା ଦେଖିବା ପାଇଁ ଆଗତ ଦର୍ଶକ ମାନଙ୍କ ମନରଞ୍ଜନ ପାଇଁ ଦୁଇଗୋଟି ଦେଶିଆ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା। ବାଲିଯାତ୍ରା ଦେଖିବା ପାଇଁ ଆସିଥିବା ଭକ୍ତ /ଭକ୍ତା ମାନେ ଵିଧି ଅନୁସାରେ ପୂଜା ପାର୍ବନ କରିବା ସହିତ ଆୟୋଜକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

ad-week
Leave A Reply

Your email address will not be published.