ଗୁରୁବାରଠୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

add-all

ଢେଙ୍କାନାଳ: ଆସନ୍ତାକାଲି ଠାରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ହେବ। ଏଥିପାଇଁ ସଜେଇ ହୋଇଛି ଢେଙ୍କାନାଳ ଜିଲାର ଯୋରନ୍ଦା ମହିମାଗାଦି ପୀଠ। ଏହି ମେଳାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ମହିମା ଭକ୍ତ ଓ ସାଧୁସନ୍ଥଙ୍କର ଆଗମନ ଆରମ୍ଭ ହୋଇଯାଇଛି। ବିଶ୍ୱର ମଙ୍ଗଳ କାମନା କରି ୨ଦିନ ଧରି ଜଳିବ ଝାଡଦୀପ। ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ପୁଲିସ ଫୋର୍ସ ମୁତୟନ ହୋଇଥିବା ଜିଲାପାଳ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.