କନ୍ଧମାଳ ଜିଲ୍ଲା ଡିଡିସି କମିଟି ନଷ୍ଟ କଲା ୨୪୨୧ କିଗ୍ରା ଗଞ୍ଜେଇ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ର ବିଭିନ୍ନ ଥାନାରେ ଜବତ୍ ହୋଇଥିବା,୩୯ ଟି ମାମଲା ରେ ଜବତ ହୋଇଥିବା ୨୪୨୧ କିଗ୍ରା ୯୮୦ ଗ୍ରାମ ଗଞ୍ଜେଇ କୁ ପୋଡି ନଷ୍ଟ କରାଯାଇଛି। କନ୍ଧମାଳ ଜିଲ୍ଲା ଡିଡିସି କମିଟି ଦ୍ବାରା ଆଜି ଗଞ୍ଜାମ ଜିଲ୍ଲା ସେରଗଡ଼ ଠାରେ ଥିବା ପ୍ଲାଣ୍ଟ ରେ ନିସ୍କାସନ ପ୍ରକ୍ରୀୟା କୁ ଅନୁସରଣ କରି ଉପୋରୋକ୍ତ ପରିମାଣର ଗଞ୍ଜେଇ ନଷ୍ଟ କରାଯାଇଛି। ଏହି ସବୁ ଗଞ୍ଜେଇ,କନ୍ଧମାଳ ଜିଲ୍ଲା ଫୁଲବାଣୀ ଆଦର୍ଶ ଥାନାର ଗୋଟିଏ,ଫିରିଙ୍ଗିଆ ଥାନା ର ୨୬ ଟି,ଖଜୁରୀପଡ଼ା ୫,କ.ନୂଆଗାଁ ୩ ଏବଂ ତୁମୁଡିବନ୍ଧ ଥାନା ର ୪ ଟି ମାମଲା ସମେତ ମୋଟ ୩୯ ଟି ମାମଲା ର ଜବତ ହୋଇଥିବା ଏହି ସବୁ ଗଞ୍ଜେଇ କୁ କନ୍ଧମାଳ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ପୋଡି ନଷ୍ଟ କରାଯାଇଥିବା ନେଇ, କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.