ଜମ୍ମୁ- କଶ୍ମୀରର ପୂର୍ବତନ ରାଜ୍ୟପାଳଙ୍କ ଘରେ ପଶିଲା ସିବିଆଇ, ଏକାଥରେ ୩୦ ସ୍ଥାନରେ ଚଢ଼ାଉ

କୀରୁ ହାଇଡ୍ରୋଇଲେକ୍ଟ୍ରିସିଟି ପ୍ରୋଜେକ୍ଟରେ ହୋଇଥିବା ଦୁର୍ନୀତି ମାମଲାରେ ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ପଶିଲା ସିବିଆଇ । ଆଜି ସକାଳୁ ସକାଳୁ ସତ୍ୟପାଲ ମଲିକଙ୍କ ଦିଲ୍ଲୀସ୍ଥିତ ଘର ଓ କାର୍ଯ୍ୟାଳୟ ଛାନଭିନ କରିଛି ସିବିଆଇ। ଏଥିସହ ଜମ୍ମୁ କଶ୍ମୀରର ୩୦ଟି ଜାଗାରେ ବି ଏକକାଳୀନ ରେଡ କରିଛି ସିବିଆଇ।

କିରୁ ହାଇଡ୍ରୋଇଲେକ୍ଟ୍ରିକ ପ୍ରୋଜେକ୍ଟ କାମ CVPPPL ନାମକ କମ୍ପାନୀ କରୁଛି। ଏହି କମ୍ପାନୀକୁ ଟେଣ୍ଡର ମିଳିବାରେ ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ସିବିଆଇ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ମାସ ସିବିଆଇ ପ୍ରାୟ ୮ଟି ସ୍ଥାନରେ ଚଢ଼ାଉ କରିଥିଲା। ସେଥିମଧ୍ୟରେ ଦିଲ୍ଲୀ, ଜମ୍ମୁ, କଶ୍ମୀର ତଥା ଅନ୍ୟ ରାଜ୍ୟରେ ବି ଏହି ଚଢ଼ାଉ ହୋଇଥିବା ଜଣାଯାଇଛି। ଏହି ଚଢ଼ାଉ ସମୟରେ ୨୧ ଲକ୍ଷ ଟଙ୍କା କ୍ୟାସ୍‌ ସମେତ ବହୁ କମ୍ପ୍ୟୁଟର, ବହୁ ଡକ୍ୟୁମେଣ୍ଟ, ଡିଜିଟାଲ ଡିଭାଇସ ଜବତ ହୋଇଥିଲା ।

ଏହି ମାମଲାରେ ସତ୍ୟପାଲ ମଲିକଙ୍କ ତତ୍କାଳୀନ ପ୍ରେସ ସଚିବ ସୁନକ ବାଲିଙ୍କ ଦିଲ୍ଲୀସ୍ଥିତ ଘରେ ବି ରେଡ ହୋଇ ସାରିଛି। ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅର୍ଥ ହେରଫେର ମାମଲାରେ ବାଲି ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ମାତ୍ର ସତ୍ୟପାଲ ମଲିକ ନିଜ ଅଧିକାରୀଙ୍କୁ ରକ୍ଷା କରିବାକୁ ଯାଇ ଯିଏ ପ୍ରଥମେ ଏନେଇ ଅଭିଯୋଗ କରିଥିଲା, ସିବିଆଇ ତାକୁ ହଇରାଣ କରୁଥିବା କହିଥିଲେ।

ଜମ୍ମୁ- କଶ୍ମୀର ପ୍ରଶାସନ ତରଫରୁ ଏହି ପ୍ରୋଜେକ୍ଟର ଚେୟାରମ୍ୟାନ, ଏମଡି ଓ CVPPPL କମ୍ପାନୀର ଡାଇରେକ୍ଟର ଓ ଅନ୍ୟ କେତେ ଜଣଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଏହି ପ୍ରୋଜେକ୍ଟ ପାଇଁ ଇ-ଟେଣ୍ଡର ହୋଇଥିବା ବେଳେ ସେତେବେଳେ ଗାଇଡଲାଇଇନ୍‌ର ପାଳନ ହୋଇ ନ ଥିବା ଅଭିଯୋଗ ହୋଇଥିଲା।

ଜମ୍ମୁ- କଶ୍ମୀରର କିଶତୱାଡରେ ପ୍ରବାହିତ ଚିନାବ ନଦୀ ଉପରେ ପ୍ରସ୍ତାବିତ କିରୁ ହାଇଡ୍ରୋଇଲେକ୍ଟ୍ରିକ ପ୍ରୋଜେକ୍ଟ ପାଇଁ ୨୦୧୯ ମସିହାରେ ୨୨ଶହ କୋଟିର ୱାର୍କ ଅର୍ଡର ମିଳିବାରେ ଭ୍ରଷ୍ଟାଚାର ହୋଇଥିବା ଅଭିଯୋଗ ହୋଇଥିଲା। ଉକ୍ତ ସମୟରେ ଜମ୍ମୁ- କଶ୍ମୀରର ରାଜ୍ୟପାଳ ଥିବା ସତ୍ୟପାଲ ମଲିକ ଅଭିଯୋଗ କରିଥିଲେ କି ଦୁଇଟି ଫାଇଲ୍‌କୁ ପାସ୍‌ କରିବା ନିମନ୍ତେ ତାଙ୍କୁ ୩୦୦ କୋଟିର ଲାଞ୍ଚ ଯଚା ଯାଇଥିଲା। ମାତ୍ର ସେ ଏହାକୁ ରଦ୍ଦ କରି ଦେଇଥିବା କହିଥିଲେ ସତ୍ୟପାଲ ମଲିକ। ସିବିଆଇ ଏନେଇ ଦୁଇଟି ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା।

CVPPPL ଏହି ପ୍ରୋଜେକ୍ଟକୁ ହାତେଇଥିବା ବେଳେ ସିବିଆଇ ଏହାର ପୂର୍ବ ଅଧ୍ୟକ୍ଷ ନବୀନ କୁମାର ଚୌଧୁରୀଙ୍କ ସମେତ ବହୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ନବୀନ କୁମାର ଚୌଧୁରୀ ୧୯୯୪ ମସିହାର ଜମ୍ମୁ କଶ୍ମୀର କ୍ୟାଡରର ଆଇଏଏସ୍‌ ଅଧିକାରୀ ଥିଲେ।

ad-week
Leave A Reply

Your email address will not be published.