ଇଟିଭି ଭାରତ ଓଡ଼ିଶା କ୍ୟାମେରାମ୍ୟାନ୍ ମନୋରଞ୍ଜନ ସାହୁଙ୍କ ପରଲୋକ

add-all

ଭୁବନେଶ୍ବର : ଇଟିଭି ଭାରତ ଓଡ଼ିଶାର କ୍ୟାମେରାମ୍ୟାନ୍ ମନୋରଞ୍ଜନ ସାହୁଙ୍କର ବୁଧବାର ପ୍ରବଳ ଜ୍ୱରରେ ଆକ୍ରାନ୍ତ ହୋଇ ଚିିକିତ୍ସିତ ହେଉଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା। ତାଙ୍କ ପରିବାରରେ ପତ୍ନୀ ଓ ପୁଅ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ମନୋରଞ୍ଜନ ୨୦୨୦ ସେପ୍ଟେମ୍ବରରୁ ଓଡ଼ିଶାର ଇଟିଭି ଭାରତରେ କାମ କରୁଥିଲେ। ଏହା ପୂର୍ବରୁ ସେ କିଛି ଦେଶୀ ଦୈନିକ ଖବରକାଗଜରେ କାମ କରିଥିଲେ।

ସ୍ୱର୍ଗତଃ ସାହୁଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସ୍ୱର୍ଗତଃ ସାହୁଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଓ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।

ad-week
Leave A Reply

Your email address will not be published.