ଆସିକାରେ ପାନୀୟ ଜଳସଙ୍କଟ ଲୋକେ ଏବେଠାରୁ ଡ଼ହଳ ବିକଳ……!

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ପ୍ରମୁଖ ସହର ଆସିକା ସହରର ଉଭୟ ପାର୍ଶ୍ଵ ରେ ଋଷିକୂଲ୍ୟା ଓ ବଡ଼ନଦୀ ପ୍ରବାହିତ। ହେଲେ ସହରର କିଛି ୱାର୍ଡ଼ରେ ଗତ କିଛି ମାସ ହେଲା ସହ ଲୋକେ ଜଳକଷ୍ଟ ଭୋଗୁଥିବା ଦେଖିବାକୁ ମିଳିଛି। ଆସିକା ସହରର ୫,୧୪,୧୫, ନମ୍ବର ୱାର୍ଡ଼ରେ ଘରୋଇ ସଂଯୋଗ ହୋଇଥିବା ପାଇପ ଲାଇନରେ ସ୍ୱଳ୍ପ ପରିମାଣର ଜଳ ଜନ ସ୍ୱାସ୍ଥ୍ୟ ବିଭାଗ ର ଦୟାରେ ଆସୁଛି। ଏହିସବୁ ୱାର୍ଡ଼ ରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ବାଲଟିଏ ପାଣି ସଂଗ୍ରହ ହେଉଛି। ଏନେଇ ବିଭୀଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଲେ କୌଣସି ସୁଫଳ ମିଳୁନାହିଁ।ଆସିକା ସହର ବାସୀଙ୍କୁ ଦୀର୍ଘ ବର୍ଷ ହେଲା ଖାରୀୟ ଜଳ ଯୋଗାଣ ହେଉଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯେତେବେଳେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ସେତେବେଳେ ତାଙ୍କର ନାରା ଥିଲା “ପୀନେକେ କେ ଲିୟେ ପାନି କ୍ଷେତ କେ ଲିୟେ ପାନି”।

ଏହି ନାରା ଯୋଗୁଁ ଆଜି ପର୍ଯ୍ୟନ୍ତ ବିଜେଡ଼ି ନିର୍ବାଚନ ରେ ବୈତରଣୀ ପାର ହୋଇ ଆସୁଛି। ନବୀନ ବାବୁ ଆସିକା ବାସୀଙ୍କ ସ୍ୱପ୍ନ ପୂରଣ କରିବା ସକାଶେ ୧୦-୧-୨୦୦୯ ରେ ସୁନାମ୍ବ ସାହି ନିକଟରେ ଏକ ଓଭର ହେଡ଼ ଟ୍ୟାଙ୍କ ନିର୍ମାଣ କରିଥିଲେ। ଦୀର୍ଘ ୧୫ ବର୍ଷ ହେଲା ଆସିକା ର ନିର୍ବାଚିତ ପ୍ରତିନିଧି ମାନେ ନିର୍ବାଚିତ ହେବା ପରେ ଲୋକଙ୍କ ମୌଳିକ ପାନୀୟ ଜଳସମସ୍ୟା କୁ ଦୂର କରିପାରିନାହାନ୍ତି। ଗତ ୨୫-୮ ୨୦୨୩ ରେ ଭିକେ. ପାଣ୍ଡିଆନ ଙ୍କ ଆସିକା ଗସ୍ତ ବେଳେ ବିଜ୍ଞାନ ମହାବିଦ୍ୟାଳୟ ଠାରେ ହୋଇଥିବା ସଭା ମଞ୍ଚ ନିକଟରେ ଆସିକା ବାସୀଙ୍କ ପାନୀୟ ଜଳ ସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଆଜି ସୁଦ୍ଧା ପୂରଣ ହୋଇପାରିଲା ନାହିଁ। ଆସିକା ସାହର ରେ ସୁଦ୍ଧ ମିଠା ପାନୀୟ ଜଳ ପାଇଁ ପାଇପ ଲାଇନ ବିଚ୍ଛା ଯାଇଥିଲେ ବି ଆଜି ସୁଦ୍ଧା ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର ହୋଇନାହିଁ। ଆସିକା ବାସୀଙ୍କୁ ସାଧାରଣ ସୁଦ୍ଧ ମିଠା ପାନୀୟ ଜଳ କେବେ ମିଳିବ ଶାସକ ଦଳ ରାଜ୍ୟରେ ୨୩ ବର୍ଷ ହେଲା ଶାସନ ଗାଦିରେ ବସିଥିଲେ ବି ଲୋକେ ଗ୍ରୀଷ୍ମ ଆରମ୍ଭ ରୁ ଜଳ କଷ୍ଟ ଭୋଗି ଲେଣି। ଯୁଦ୍ଧ କାଳୀନ ଭିତ୍ତିରେ ଗ୍ରୀଷ୍ମ ପ୍ରବାହ ପୂର୍ବରୁ ଆସିକା ବାସୀଙ୍କ ଜଳ ସଙ୍କଟ ସମସ୍ୟା ଦୂର କରିବାକୁ ଦାବୀ ହେଉଛି।

ad-week
Leave A Reply

Your email address will not be published.