ବାବୁଶାନ୍ – ଏଲିନାଙ୍କ ‘ପାବାର’ ଫିଲ୍ମର ସୁଟିଂ ଆରମ୍ଭ ହେଲା କନ୍ଧମାଳ ରେ

add-all

ଫୁଲବାଣୀ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲ୍ଲାରେ ଫିଲ୍ମ ସୁଟିଂ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ଫିଲ୍ମ ପ୍ରଯୋଜକ । ଏକଦମ ଖାଣ୍ଟି ଓଡ଼ିଆ କାହାଣୀକୁ ନେଇ ୨୦୨୩ର ଓଲିଉଡ ଫିଲ୍ମ ବିଗୁଲ କନ୍ଧମାଳ ଜିଲ୍ଲାରେ ସୁଟିଂ ହୋଇଥିବା ବେଳେ ଆଜି ଠାରୁ ପୁଣି ଏକ ଓଲିଉଡ ଫିଲ୍ମର ସୁଟିଂ ଜିଲ୍ଲାରେ ଆରମ୍ଭ ହୋଇଛି । ଫିଲ୍ମର ନାଁ ରହିଛି ପାବାର୍। ସୁପର୍ ଷ୍ଟାର୍ ବାବୁଶାନ୍ ଓ ଏଲିନା ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି।
ବାବୁଶାନ ଫିଲ୍ମସ ନିବେଦିତ ଏହି ମୁଭିକୁ ତ୍ରିପ୍ତି ଶତପଥି ପ୍ରଯୋଜନା କରିଛନ୍ତି। ଆଜି କନ୍ଧମାଳ ଜିଲ୍ଲା ଶଙ୍କରଖୋଲ ନିକଟ ଅଡାବାଡ଼ି ଶାଳ ବଣରୁ ଆରମ୍ଭ ହୋଇଛି ସୁଟିଂ। ସ୍ଥାନୀୟ ଅଂଚଳର ଲୋକେ ଓଡ଼ିଆ ଫିଲ୍ମ ସୁଟିଂ ହେଉଥିବାରୁ ଏବଂ ବାବୁଶାନ୍ ଓ ଏଲିନାଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଛନ୍ତି । ବିଗୁଲ୍ ଫିଲ୍ମ ଆସନ୍ତା ମାର୍ଚ୍ଚ ୨୨ରେ ରିଲିଜ୍ ହେଉଥିବା ବେଳେ ଏହାର ଟିଜର୍ ରିଲିଜ୍ ହୋଇଯାଇଛି।
କନ୍ଧମାଳ ଜିଲ୍ଲାର ପ୍ରାକୃତିକ ପରିବେଶ ଫିଲ୍ମ ସୁଟିଂ ପାଇଁ ଅନୁକୂଳ ହୋଇଛି। ଏହା ସହିତ ଅନ୍ୟ ଭାଷାର ଫିଲ୍ମର ନକଲ ନକରି ନିଛକ ଓଡ଼ିଆ କାହାଣୀରେ ହେଉଛି ଏହି ସବୁ ଫିଲ୍ମ । ଏଥିପାଇଁ ଲୋକେସନ୍ ପରିବେଶ ସବୁ କନ୍ଧମାଳ ରେ ମିଳୁଛି। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହଯୋଗ ମଧ୍ୟ ପ୍ରଶଂସନୀୟ ରହିଛି। ସ୍ଥାନୀୟ କଳାକାରଙ୍କ ପାଇଁ ମଧ୍ୟ ଏହା ସୁଯୋଗ ସୃଷ୍ଟି କରିଛି ।

ad-week
Leave A Reply

Your email address will not be published.