ଫୁଲବାଣୀ : ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ଠାରେ ଭୋଟର ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ଯକ୍ରମକୁ ମୁଖ୍ୟ ଅତିଥି ଭାବରେ ବି ଏ ସି ନର୍ସିଂ କଲେଜର ଅଧ୍ୟାପକ ମିତlଞ୍ଜଳି ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଦେବାଶିଷ ମିଶ୍ର, ଝରଣା ପଟ୍ଟନାୟକ, ସଙ୍ଗିତା ବେହେରା, ନିବେଦିତା ପଟ୍ଟନାୟକ,ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ନଭନିତ କୁମାର୍, ସହକର୍ମି ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଅନୁଷ୍ଠିତ କାର୍ଯ୍ଯକ୍ରମକୁ କଲେଜରେ ଦୁଇ ଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଲା 18 ବର୍ଷ ହୋଇ ଥିବା ସମସ୍ତ ନୂଆ ଭୋଟର ମାନଙ୍କୁ ଭୋଟ କିପରି ଦେବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା l ମୁଖ୍ୟ ଅତିଥି ଅନୁଷ୍ଟିତ କାର୍ଯ୍ଯକ୍ରମ ର ମୂଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ନୂଆ ଭୋଟର ମାନଙ୍କୁ ଅବଗତ କରାଇ ଥିଲେ l ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା ମୂଖ୍ୟ ଅତିଥି ସମ୍ମାନୀତ ଅତିଥି ଓ ଉପସ୍ଥିତ ନୂଆ ଭୋଟର ମାନଙ୍କୁ ସ୍ଵାଗତ କରିଥିବା ବେଳେ ସ୍ୱେଚ୍ଛାସେବୀ ଦିଗ ବିଜୟୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l
