
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା କଲ୍ୟାଣ ମଣ୍ଡପ, ପରିସରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କନ୍ଧମାଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲ୍ଲାର ନିର୍ମାଣ ଜିଲ୍ଲାର ନିର୍ମାଣ ଶ୍ରମିକମାନଙ୍କୁ ନେଇ ଏକ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ଖଜୁରୀପଡା ବ୍ଲକ ଅଧ୍ଯକ୍ଷା ସୁଶ୍ରୀ ଅନିମା କହଁର, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗଲ, ଅତିରିକ୍ତ ଆରକ୍ଷୀ ଅଧ୍ଯକ୍ଷ, ଫୁଲବାଣୀ ପ୍ରମୁଖ ଯୋଗଦାନ କରିଥିଲେ ଏବଂ ଏଥିସହିତ କନ୍ଧମାଳ ଜିଲ୍ଲାର ବିଭିନ୍ନ ଟ୍ରେଡ଼ ୟୁନିଅନ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l 8 ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ଯାଣ ଯୋଜନା ସହାୟତା ବଣ୍ଟନ ଶିବିରରେ ୬୫୪ ଜଣ ନିର୍ମାଣଶ୍ରମିକଙ୍କୁ ୨,୫୯, ୨୪,୪୦୦ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୨୫୪ ଜଣ ହିତାକାରୀଙ୍କୁ ନିଜ ପିଲାଙ୍କ ଶିକ୍ଷା ସହା ହାୟତା ବାବଦକୁ ୧୪,୧୯,୪୦୦ ଟଙ୍କା, ୧୩୭ ଜଣ ହିତାକାରୀଙ୍କୁ ବିବାହ ସହାୟତା ବାବଦକୁ ୬୭,୭୫,୦୦୦ ଟଙ୍କା ଟଙ୍କା, ୧୦୭ ଜଣ ହିତାକାରୀଙ୍କୁ ପ୍ରସୂତି କାଳୀନ ସହାୟତା ବାବଦକୁ ୮୪ ଜଣ ନିର୍ମାଣ ଶ୍ରମିକ କାର୍ଡ ଧାରୀଙ୍କ ପରିବାର ବର୍ଗଙ୍କୁ ମୃତ୍ୟୁ କାଳୀନ ସହାୟତାକୁ ୧,୬୩,୦୦,୦୦୦ ଟଙ୍କା ଏବଂ ୭୨ ଜଣ ପରିବାର ବର୍ଗଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦକୁ ୩,୬୦,୦୦୦ ଟଙ୍କା ସହାୟତା ପ୍ରଦାନ କରଯାଇଛି। ଏହା ସହିତ ୫୦ ଜଣ ନିର୍ମାଣ ଶ୍ରମିକଙ୍କୁ ନୂତନ କାର୍ଡ ପ୍ରଦାନ କରଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ତେଜ କୁମାର ବାଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା ।