ଆସନ ବୁଝାମଣା ହେଲା ଚୂଡ଼ାନ୍ତ; ରାହୁଲ ଗାନ୍ଧୀଙ୍କ ଯାତ୍ରାରେ ଯୋଗ ଦେଲେ ଅଖିଳେଶ ଯାଦବ

add-all

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରବିବାର ଉତ୍ତର ପ୍ରଦେଶର ଆଗ୍ରାରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗ ଦେଇଛନ୍ତି। ଉତ୍ତର ପ୍ରଦେଶ ପାଇଁ ଆସନ ବୁଝାମଣାକୁ ନେଇ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ସହମତି ହେବାର କିଛି ଦିନ ପରେ ଏହା ଘଟିଛି।

କଂଗ୍ରେସ ସହ ଆସନ ବୁଝାମଣା ଚୂଡ଼ାନ୍ତ ହେବା ପରେ ହିଁ ସେ ଯାତ୍ରାରେ ଯୋଗଦେବେ ବୋଲି ଘୋଷଣା କରି ଅଖିଳେଶ ଯାଦବ କିଛି ଦିନ ଧରି ଯାତ୍ରାରେ ଯୋଗ ଦେବାକୁ ମନା କରି ଦେଇଥିଲେ।

ରବିବାର କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ସମାଜବାଦୀ ପାର୍ଟି ମୁଖ୍ୟଙ୍କୁ ଯାତ୍ରାରେ ସ୍ୱାଗତ କରିବା ସହ କହିଛନ୍ତି, ଆଜି ବହୁତ ଖୁସିର ଦିନ। ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବ ମିଳିତ ମୋର୍ଚ୍ଚା ଗଠନ କରିବା ପାଇଁ ହାତ ମିଳାଇଥିବା ବେଳେ ତିନିଜଣ ଆଗ୍ରାରେ ଏକତ୍ରିତ ଜନତାଙ୍କୁ ସମ୍ବୋଧିତ କରିଥିଲେ।

ଅଖିଳେଶ ଯାଦବ କହିଛନ୍ତି, ଆଗାମୀ ଦିନରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଗଣତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇବା; ଡ. ବିଆର୍‌ ଆମ୍ବେଦକରଙ୍କ ସ୍ୱପ୍ନକୁ ସାକାର କରିବା, ଯାହାକୁ ବିଜେପି ନଷ୍ଟ କରିଦେଇଛି। ଆଜି କେବଳ ଗୋଟିଏ ବାର୍ତ୍ତା ଦେବାର ଅଛି- ‘ବିଜେପି ହାଟଓ, ଦେଶ କୋ ବଚାଓ, ସଙ୍କଟ ମିଟାଓ’ (ବିଜେପିକୁ ହଟାଇ ଦିଅ, ଦେଶ ବଞ୍ଚାଅ ଏବଂ ସଙ୍କଟର ଅନ୍ତ କର)।

ଆଗାମୀ ଦିନରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ପରାସ୍ତ କରିବା ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବେ ବୋଲି ସେ ଆଶାବାଦୀ ଅଛନ୍ତି।

ad-week
Leave A Reply

Your email address will not be published.