କୋଣାର୍କ ସୂର୍ଯ୍ୟମନ୍ଦିର ଫାଟକରେ ତାଲା

add-all

ଗୋପ : କୋଣାର୍କ ସୂର୍ଯ୍ୟମନ୍ଦିର ଫାଟକରେ ତାଲା। ପ୍ରବଳ ପର୍ଯ୍ୟଟକଙ୍କ ଭିଡ଼ ହେବାରୁ ଟିକେଟ ସରିଯାଇଥିଲା । ଟିକେଟ ଶେଷ ହେବା ପରେ ପର୍ଯ୍ୟଟକ ହୋହଲ୍ଲା କରିଥିଲେ। ସ୍ଥିତି ଅଣାୟତ ହେଉଥିବା ଦେଖି ଟିକେଟ କାଉଣ୍ଟର ବନ୍ଦ କରିବା ସହ ମନ୍ଦିର ଗେଟ ଫାଟକରେ ତାଲା ପକାଇଥିଲେ ଦାୟିତ୍ବରେ ଥିବା କର୍ମଚାରୀ।

ଏଥିରେ ପର୍ଯ୍ୟଟକ ଆହୁରି ଉତକ୍ଷିପ୍ତ ହୋଇପଡ଼ିଥିଲେ। କିଛି ପର୍ଯ୍ୟଟକ ଗେଟ ଚଢି ମଧ୍ୟ ମନ୍ଦିର ଭିତରକୁ ଧସେଇ ପଶିଥିଲେ। ପରିସ୍ଥିତି ସଙ୍ଗୀନ ହେବା ପରେ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସ୍ବାଭାବିକ କରିବାକୁ ଉଦ୍ୟମ କରିଥିଲା। ଆଜି ରବିବାର ଥିବାରୁ ସୂର୍ଯ୍ୟ ମନ୍ଦିର ବୁଲିବା ପାଇଁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ହୋଇଛି।

ad-week
Leave A Reply

Your email address will not be published.