ଦ୍ୱାରକାରେ ବୁଡ଼ ପକାଇଲେ ମୋଦି, ସମୁଦ୍ର ଭିତରେ କଲେ ପୂଜା

add-all

ଗୁଜରାଟର ଦ୍ୱାରକାରେ ବୁଡ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ସମୁଦ୍ର ଭିତରକୁ ଯାଇ କରିଛନ୍ତି ପୂଜାର୍ଚ୍ଚନା। ସମୁଦ୍ର ଭିତରେ ବୁଡି ରହିଥିବା ଦ୍ୱାରକା ନଗରୀ ପାଖକୁ ଯାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ତାଙ୍କ ତାଙ୍କୁ ମୟୂର ପୁଛ ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୁଦ୍ର ଭିତରେ ଏଭଳି ପୂଜା କରିବା ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କୁହାଯାଏ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ସାମ୍ରାଜ୍ୟ ଥିଲା ଦ୍ୱାରକା। ପୁରାଣ ଅନୁସାରେ ଦ୍ୱାରକା ଥିଲା ଐଶ୍ୱର୍ଯ୍ୟର ନଗରୀ। ବର୍ତ୍ତମାନ ତାହା ଜଳମଗ୍ନ ଅଛି। ଦ୍ୱାରକା ସହିତ ହିନ୍ଦୁ ଧର୍ମର ନିବିଡ଼ ସଂପର୍କ ରହିଛି। ଆଜି ଗୁଜରାଟ ଗସ୍ତ ଅବସରରେ ଆରବ ସାଗରରେ ଡାଇଭିଂ କରି ସେଇ ଦ୍ୱାରକା ନଗରୀକୁ ଯାଇଥିଲେ ମୋଦି। ସେଠାକୁ ଯାଇ ସେ ପୂଜାର୍ଚ୍ଚନା କରିଥିଲେ। ବିଶେଷକଥା ହେଉଛି ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବା ପାଇଁ ମୋଦି ନିଜ ସହ ମୟୂର ପୁଛ ମଧ୍ୟ ନେଇ ଯାଇଥିଲେ। 

ଏହି ଅବସରରେ ମୋଦି କହିଛନ୍ତି ଯେ, ‘ଏହି ଅଭିଜ୍ଞତା ମୋତେ ଭାରତର ଆଧ୍ୟାତ୍ମିକ ଏବଂ ଐତିହାସିକ ମୂଳଦୁଆ ସହିତ ଏକ ବିରଳ ଏବଂ ଗଭୀର ସଂଯୋଗ ପ୍ରଦାନ କରିଛି। ବୁଡ଼ିଯାଇଥିବା ଦ୍ୱାରକା ସହରରେ ପ୍ରାର୍ଥନା କରିବା ଅତ୍ୟନ୍ତ ଈଶ୍ୱରୀୟ ଅନୁଭୂତି ଥିଲା। ମୁଁ ଆଧ୍ୟାତ୍ମିକ ଗୌରବ ଏବଂ ଅନନ୍ତ ଭକ୍ତିର ଏକ ପ୍ରାଚୀନ ଯୁଗ ସହିତ ସଂଯୁକ୍ତ ବୋଲି ଅନୁଭବ କଲି। ଭଗବାନ ଶ୍ରୀକୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।’

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳୁ ଦ୍ୱାରକା ସ୍ଥିତ ମନ୍ଦିରକୁ ଯାଇଥିଲେ। ସେଠାରେ ପୂଜାର୍ଚ୍ଚନା କରିବା ପରେ ସେ ଓଖାକୁ ବେଟ୍‌ ଦ୍ୱାରକା ସହ ସଂଯୋଗ କରୁଥିବା ୨.୩୨ କିଲୋମିଟର ଲମ୍ବ ସୁଦର୍ଶନ ସେତୁର ଉଦ୍‌ଘାଟନ କରିଥିଲେ। ଏହା ଦେଶର ସବୁଠାରୁ ଲମ୍ବା କେବୁଲ ବ୍ରିଜ, ଯାହାକୁ ୯୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ପ୍ରସ୍ତୁତ କରାଯାଇଛି। 

ad-week
Leave A Reply

Your email address will not be published.