ସମ୍ପୂର୍ଣ୍ଣ ଭଙ୍ଗାଯିବନି ବାରବାଟୀ ଷ୍ଟାଡିୟମ

add-all

କଟକ: ସମ୍ପୂର୍ଣ୍ଣ ଭଙ୍ଗାଯିବନି ବାରବାଟୀ ଷ୍ଟାଡିୟମ। ଐତିହ କୀର୍ତ୍ତୀରାଜିକୁ ଛାଡି ସବୁ କିଛି ଭଙ୍ଗାଯିବ । ବାରବାଟୀ ଷ୍ଟାଡିୟମକୁ ଧୂଳିସାତ କରାଯିବ ବୋଲି ଯେଉଁ ପ୍ରଚାର କରାଯାଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏଥିରେ କୌଣସି ସତ୍ୟତା ନାହିଁ ବୋଲି ଓଡ଼ିଶା ଅଲିମ୍ପିକ ଏବଂ ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା କହିଛନ୍ତି। ୧୯୬୦ ମସିହାରେ ନିର୍ମାଣ କରାଯାଇଥିବା ଏହାର କେତେକାଂଶକୁ ଭାଙ୍ଗି ନବୀକରଣ କରାଯିବ। ସେହି ଅଂଶଗୁଡ଼ିକ ୬୦ ବର୍ଷ ଅତିକ୍ରାନ୍ତ ହେବା ପରେ ଦୁର୍ବଳ ହୋଇଯାଇଛି। ଏ ଗୁଡ଼ିକ ନବୀକରଣର ଯଥେଷ୍ଟ ଆବଶ୍ୟକତା ରହିଛି।

ସାତ ନମ୍ୱର ଗ୍ୟାଲେରୀ ଦୁର୍ବଳ ହୋଇଯାଇଥିବାରୁ ଏହାକୁ ନବୀକରଣ କରାଯାଉଛି। ବର୍ତ୍ତମାନ ରାଜ୍ୟ ସରକାର ବିସିସିଆଇ, ଓଡ଼ିଶା କ୍ରିକେଟ ଆସୋସିଏସନର ମିଳିତ ସହଯୋଗରେ ବାରବାଟୀ ଷ୍ଟାଡିୟମକୁ ଆନ୍ତର୍ଜାତୀୟ ମାନ୍ୟତାର ଷ୍ଟାଡିୟମ ଗଢି ତୋଳିବା ପାଇଁ ଉଦ୍ୟମ କରୁଛନ୍ତି। ଆସନ୍ତା ଫେବୃୟାରୀ ୨୭ ତାରିଖ ଦିନ ଐତିହାସିକ ବାରବାଟୀ ଷ୍ଟାଡିୟମର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ଓ ନବୀକରଣ କାର୍ଯ୍ୟର ଶୁଭାରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ନବୀକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ad-week
Leave A Reply

Your email address will not be published.