TMC ନେତାଙ୍କୁ ଗୁଳିକରି ହତ୍ୟା

add-all

ପଶ୍ଚିମବଙ୍ଗର ଜଣେ ତୃଣ ମୂଳ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା। ଉତ୍ତର ୨୪ ପରଗଣା ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଛି। ଏକ ଜମି ଚୁକ୍ତି ନେଇ ଚାଲିଥିବା କଥାବାର୍ତ୍ତା ମଧ୍ୟରେ ଟିଏମସି ନେତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା କୁହାଯାଉଛି।

ସୂଚନା ଅନୁସାରେ, ମୃତ ଟିଏମସି ନେତା ହେଉଛନ୍ତି ୪୯ ବର୍ଷୀୟ ବିଜନ ଦାସ। ସେ ଆଜି ସକାଳେ ଜଣେ ସହକର୍ମୀଙ୍କ ଘରକୁ ଯାଉଥିଲେ। ଏହି ସମୟରେ ଜମି ଚୁକ୍ତି ନେଇ ଚାଲିଥିବା ଏକ ମାମଲା ବାବଦରେ ପଚାରି ବୁଝୁଥିଲେ ବିଜନ ଦାସ। କଥାବାର୍ତ୍ତା ସମୟରେ ହଠାତ୍ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା।

ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ବରାସତ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଗୁଳିମାଡ ପରେ ଅଭିଯୁକ୍ତମାନେ ଫେରାରେ ହୋଇ ଯାଇଥିବା ବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

ad-week
Leave A Reply

Your email address will not be published.