ସନ୍ଦେଶଖାଲି ମାମଲା: ଟିଏମସ ନେତା ଶେଖ ଶାହଜାହାଁଙ୍କୁ ଗିରଫ କର, କହିଲେ ହାଇକୋର୍ଟ

add-all

ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯିବା ଏବଂ ସେମାନଙ୍କ ଜମି ହଡପ ମାମଲାରେ ତୃଣ ମୂଳ କଂଗ୍ରେସ ନେତା ଶେଖ ଶାହଜାହାଁଙ୍କୁ ଗିରଫ କରାଯିବା ଉଚିତ୍। ଆଜି କଲିକତା ହାଇକୋର୍ଟ ମାମଲା ଉପରେ ବିଚାର କରି ଏପରି କହିଛନ୍ତି।

ହାଇକୋର୍ଟ କହିଛନ୍ତି, ଶେଖ ଶାହଜାହାଁଙ୍କୁ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ତାଙ୍କୁ ଗିରଫ କରାଯିବା ଆବଶ୍ୟକ। ଚାରି ବର୍ଷ ପୂର୍ବେ ଏହି ମାମଲାକୁ ନେଇ ରିପୋର୍ଟ ହୋଇଥିଲେ ମଧ୍ୟ ଏବେ ମଧ୍ୟ ଅଭିଯୋଗ ଉପରେ ପୁଲିସର ନିଷ୍କ୍ରିୟତାକୁ ନେଇ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଛନ୍ତି କୋର୍ଟ।

କୋର୍ଟ କହିଛନ୍ତି, ଆଶ୍ଚର୍ଯ୍ୟର କଥା, ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ଚାରି ବର୍ଷ ହେବ ଅଭିଯୋଗ ହୋଇଆସୁଛି। ପୁଲିସକୁ ଚାର୍ଜସିଟ୍ ଦାଖଲ କରିବାକୁ ଚାରି ବର୍ଷ ଲାଗିଯାଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ୍। 

ସନ୍ଦେଶଖାଲିରେ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯିବା ଏବଂ ସେମାନଙ୍କ ଜମି ହଡପ ମାମଲାକୁ ନେଇ ପ୍ରବଳ ହଙ୍ଗାମା ଦେଖା ଦେଉଛି। ଏହି ମାମଲାରେ ଟିଏମସି ନେତା ଶେଖ ଶାହଜାହାଁଙ୍କୁ ଗିରଫ କରିବାକୁ ଦାବି କରାଯାଉଛି। ଶାହଜାହାଁ ଫେରାର୍ ରହିବା ଏବଂ ପୁଲିସ ତାଙ୍କୁ ଗିରଫ ନ କରିବାକୁ ନେଇ ମମତା ବାନାର୍ଜୀଙ୍କ ପ୍ରଶାସନ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ବିରୋଧୀ। 

ad-week
Leave A Reply

Your email address will not be published.