ନୟାଗଡ଼: ଉତ୍ତମ ଗମନା ଗମନସାମାଜିକ ଓ ଅର୍ଥନୈତିକ ଅଭବୃଦ୍ଧି ର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହାକୁ ଗୁରୁତ୍ଵ ଦେଇ ଆସୁଛନ୍ତି । ଓଡ଼ଗାଁ ବ୍ଲକ ରବିଗାଡିଆ ପଞ୍ଚାୟତ ଦୋଳଗୋବିନ୍ଦ ପୁର ଠାରୁ ଢୋଲମସ୍କା (ପାଇକ ବାଙ୍କତରା ଦେଇ) ୬କିମି ରାସ୍ତା ନିମନ୍ତେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୭କୋଟି ୧୪ଲକ୍ଷ ମଞ୍ଜୁର ହୋଇଛି। ଉକ୍ତ ରାସ୍ତାର ଶିଳାନ୍ୟାସ ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଏହି ରାସ୍ତା ତିଆରି ହେବ । ଦୋଳଗୋବିନ୍ଦ ପୁର ଠାରୁ ଢୋଲମସ୍କା
ପର୍ଯ୍ୟନ୍ତ ପକ୍କା ରାସ୍ତା ନଥିବାରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ରାସ୍ତା ନିର୍ମାଣ ହେଲେ ଏଠାକାର ଲୋକଙ୍କର ଗମନା ଗମନ ତଥା ଜୀବନ ଶୈଳୀରେ ପରିବର୍ତ୍ତନ ହେବ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଗ୍ରାମ ଉନ୍ନୟନ ବିଭାଗ ନିର୍ବାହ ଯନ୍ତ୍ରୀ ସସ୍ମିତା କଣ୍ଡୁରି , ସହକାରୀ ଯନ୍ତ୍ରୀ ସଞ୍ଜୀବ କୁମାର ରଥ, ସମବାୟ ସଭାପତି ବିଭୁ ପ୍ରସାଦ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଝିଲି ପ୍ରଧାନ, ସ୍ଥାନୀୟ ସରପଞ୍ଚ ମିନତି ସେଠୀ, ସମିତି ସଭ୍ୟା ଝୁନୁ ପ୍ରଧାନ, ସମାଜସେବୀ ସୂର୍ଯ୍ୟ ନାରାୟଣ ଚୌଧୁରୀ, ରଜନୀ କାନ୍ତ ନାୟକ, ପୂର୍ବତନ ସରପଞ୍ଚ ଗୋକୁଳ ପ୍ରଧାନ ଉପସ୍ଥିତ ଥିଲେ।
