ରାଜନଗର ଜଗନ୍ନାଥ ମନ୍ଦିର ଵଜାରରେ କ୍ୟାବିନ୍ ତାଢି ବହୁମୂଲ୍ୟର ଜିନିଷ ଚୋରୀ…

add-all


ରାଜନଗର -26.2.024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵ୍ଲକ ସଦର ମହକୁମାରେ ଦିନକୁ ଦିନ ଚୋରି ସାଙ୍ଗକୁ ଚୋରା ମଦ କାରବାର ଵଜାରଠୁ ଗଳିକନ୍ଦିରେ ଖୁଲମ ଖୋଲା ବିକ୍ରି ଵଢି ଚାଲୁଥିବାରୁ କାଲି ରାତିରେ ଦୁର୍ବୃତ୍ତମାନେ ଷ୍ଟେସନାରୀ ଦୋକାନ କ୍ୟାବିନ ତାଢି ଵହୁପରିମାଣର ସମନ ଚୋରି କରିଥିବା ଥାନାରେ ଅଭିଯୋଗ ହୋଇଛି । ଗତକାଲି ଵିଳମ୍ଵିତ ରାତିରେ ରାଜନଗର ଗଳିଦାଣ୍ଡ ନିବାସୀ ବସନ୍ତ କୁମାର ସାହୁଙ୍କ ଜଗନ୍ନାଥ ଵଜାରରେ ଥିବା ଷ୍ଟେସନାରୀ ଦୋକାନ ବନ୍ଦ କରି ସଵୁଦିନ ପରି ଘରକୁ ଆସିଥିଲେ। ଆଜି ସକାଳୁ ଦୋକାନ ଖୋଲିବାକୁ ଯିବାରୁ ଦେଖିବାକୁ ପାଇଲେ କ୍ୟାବିନ ତଢା ହୋଇ ବହୁତ ଜିନିଷ ଦୁର୍ଵୁତମାନେ ନେଇଯାଇଛନ୍ତି। ଏନେଇ ଶ୍ରୀ ସାହୁ ରାଜନଗର ଥାନାରେ ଲୀଖିତ ଅଭିଯୋଗ ଦେଇଥିବା ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଥାନା ଠାରୁ ପ୍ରାୟ 200/300ଦୂରତା ମଧ୍ୟରେ ଚୋରାମଦ ବିକ୍ରୀ ହେଉଥିବା ବେଳେ ସାହିମାନଙ୍କରେ ମଧ୍ୟ ଗଞ୍ଜେଇ ମଦ ବିକ୍ରି ହେଉଛି, ସେହିପରି ଜଗନ୍ନାଥ ମନ୍ଦିର ନିକଟରେ ମଦୁଆ ଏଵଂ ଗଞ୍ଜଡିଆଙ୍କ ଆଡ୍ଡାସ୍ଥଳୀ ପାଲଟି କୁଭାଷା ପ୍ରୟୋଗରେ ଜଗନ୍ନାଥ ବଜାର ପ୍ରକମ୍ପିତ ହେଉଛି, ଏପରିକି ଝିଅ ବୋହୂ ଯାତାୟତ କରିବାକୁ ଭୟ କରୁଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନଥିବାରୁ ଅସାମାଜିକ ବ୍ୟକ୍ତିଙ୍କୁ କଚେବାର ହୋଇଛି। ଯାହାଫଳରେ ଦିନକୁ ଦିନ ଚୋରି ଵୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ଖୁଲମ ଖୋଲା ମଦଵେପାର।

ad-week
Leave A Reply

Your email address will not be published.