ଛତ୍ରପୁର ରେ ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଓ ମୁକୁଳା ଡ୍ରେନ ବ୍ୟବସ୍ଥା ଯୋଗୁଁ ଦୁର୍ଘଟଣା ବଢୁଛି…. !

add-all

ଅଧିକାରୀ ଚୁପ ଅଞ୍ଚଳ ବାସୀ ହନ୍ତସନ୍ତ…..

ବ୍ରହ୍ମପୁର : ୨୭-୨ ଜିଲ୍ଲାର ସଦର ମହକୁମା ଛତ୍ରପୁର ରେବିଭିନ୍ନ ୱାର୍ଡ଼ ରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଷ୍ଟେସନ ରୋଡ଼ ନିକଟରେ ଥିବା ରାମ ଲକ୍ଷ୍ମୀ ନଗର ରେ ରାସ୍ତାରେ ଫେବର ରୋଡ଼ ର କାର୍ଯ୍ୟ ଚାଲୁଛି। ହେଲେ ନିର୍ମାଣକାର୍ଯ୍ୟ ଚାଲିଥିଲେ ମଧ୍ୟ ତଦାରଖ କରିବାକୁ କେହି ଅଧିକାରୀ କାର୍ଯ୍ୟ ହେବା ସମୟରେ ଅନୁପସ୍ଥିତ ରହିବା ଫଳରେ ନିମ୍ନ ମାନର କାର୍ଯ୍ୟ ହେଉଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ରାମଲକ୍ଷ୍ମୀ ନଗର ଚତୁର୍ଥ ଲାଇନ ରେ କେତେକ ସ୍ଥାନରେ ଡ୍ରନେଜ ଉପରେ ଢାଙ୍କୁଣୀ ନଥିବା ଫଳରେ ଶିଶୁ ଓ ଗୃହ ପାଳିତ ପଶୁ ଗଳି ପଡୁଥିବା ର ନଜିର ରହିଛି। ଏନେଇ ଠିକାଦାର କିମ୍ବା ଦାୟିତ୍ୱ ରେ ଥିବା ବାବୁଙ୍କୁ ଗୁହାରି କରିଲେ କୌଣସି ସୁଫକ ମିଳୁନାହିଁ। ସଦର ମହକୁମା ରେ ଯଦି ଏହି ଭଳି ଅବସ୍ଥା ତାହା ହେଲେ ଅନ୍ୟ ବ୍ଲକ ରେ କିପରି ଥିବ ତାହା ଦେଖିଲେ ବିଶ୍ୱାସ କରି ହେବ। ମୁକୁଳା ଡ୍ରେନଜ ସମ୍ପର୍କ ରେ ବିଭିନ୍ନ ସହରରେ କିପରି ବଡ଼ ବଡ଼ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଅକାଳରେ ଚାଲି ଯାଉଥିବା ନଜିର ରହିଛି। ଏହି ରାମଲକ୍ଷ୍ମୀ ନଗର ଚତୁର୍ଥ ଲାଇନ ରେ ଦିନ ତମାମ ଭାରି ଯାନ ଯିବା ଆସିବା ମଧ୍ୟ କରୁଛି। ଖୋଦ ଗଞ୍ଜାମ ଜିଲ୍ଲାପାଳ ନିଜେ ଯାଇ ମୁକୁଳା ପଡ଼ିଥିବା ଡ୍ରେନେଜ ଓ ରାସ୍ତା କାର୍ଯ୍ୟ ତଦାରଖ କରିଲେ ବାବୁ ମାନଙ୍କ ଅସଲ ମୁଖା ଖୋଲିବ ବୋଲି ଲୋକେ ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.