ବୁଢ଼ା ବରଗଛ ସବୁ ଉପୁଡିଲା…

କୋଳି ଖାଇ ମଞ୍ଜି ପୋତି ଥିବା ବାବୁ ମାନେ ଗଞ୍ଜାମ ଜିଲ୍ଲା ଛାଡିଲେ…….!

add-all


ବ୍ରହ୍ମପୁର: ୨୭-୨ ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ବଡ଼ ବାବୁ ମାନେ ଚୌକି ଜାବୁଡ଼ି ଧରିଥିଲେ। ଦୀର୍ଘ ବର୍ଷ ହେଲା ଗଞ୍ଜାମ ପାଣି ପବନ ସହ ତାଳ ମିଳେଇ ତୃତୀୟ ମହଲା ରେ ଦବଦବା ଜାହିର କରି ଆସୁଥିଲେ। ବାବୁ ମାନେ ଜିଲ୍ଲାରେ ଥିବା ସମୟରେ ଭଲ ଆମଦାନୀ କରି ଜଣେ ଜଣେ କୁବେର ପାଲଟି ଥିବା ସମ୍ପର୍କ ରେ ଚର୍ଚ୍ଚା ହେଉଥିଲା। ଏନେଇ ନିସର୍ତ୍ତ ରେ ପୂର୍ବରୁ ଖବର ପ୍ରକାଶ ହୋଇ ଥିଲା। ପୁଣି ଗତ ସୋମବାର ଦିନ ନିସର୍ତ୍ତ ରେ ଖବର ପ୍ରକାଶ ହୋଇଥିଲା ବି.ଏମ.ସି କମିଶନର ଲମ୍ବା ଛୁଟି ନେବାକୁ ବାଧ୍ୟ ହେଲେ। ଆଜି ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଥିବା ଅଧିକାରୀ ମାନଙ୍କ ବଦଳି ଆଦେଶ ର ନିର୍ଦ୍ଧେଶ ନାମା ବାହାରିଛି। ହେଲେ ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ନିଜର ଚୌକିକୁ ଜାବୁଡ଼ିଧରି ଉପର ବାବୁଙ୍କୁ ଖୁଶ କରି ରାଜନୀତି କରୁଥୁବା ବାବୁ ମାନେ ବିଦାୟ ହୋଇଥିବା ଘଟଣା ଚର୍ଚ୍ଚା ର ବିଷୟ ହୋଇଛି।ବାବୁ ମାନଙ୍କ ବଦଳି ଆଦେଶ ବାହାରିବା ପରେ କେତେ ନେତା ଖୁସି ମନାଉଥିବା ବେଳେ ବାବୁ ମାନଙ୍କ ସମୟରେ ଲାଭବାନ ହୋଇଥିବା ନେତା ମାନଙ୍କ ମଧ୍ୟରେ ନିରାଶ ଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.