ଦେବଗଡ ସ୍ୱତନ୍ତ୍ର ଉପକାରାଗାରରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶୁଭାରମ୍ଭ

add-all

ଦେବଗଡ,୧୫ା୨ : ଦେବଗଡ ଜିଲା ଜଜ୍ ତଥା ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଗୌତମ ଶର୍ମାଙ୍କ ନିର୍ଦ୍ଦେଶରେ ଜିଲା ନିୟୋଜନ କାର୍ଯ୍ୟାଳୟ ଏବଂ ସେଂଟ୍ରାଲ ବ୍ୟାଙ୍କ ଆର୍‌ସେଟୀର ମିଳିତ ଆନୁକୂଲ୍ୟରେ ଦେବଗଡ ସ୍ୱତନ୍ତ୍ର ଉପ କାରାଗାରରେ ମଙ୍ଗଳବାର ଏକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଦେବଗଡ ସ୍ୱତନ୍ତ୍ର ଉପ କାରାଗାରର ଅନ୍ତେବାସୀ ମାନଙ୍କୁ ନେଇ ଦୀର୍ଘ ସାତ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମୂଖ୍ୟ ଅତିଥି ଭାବେ ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଅପୂର୍ବା ଚୌଧୁରୀ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲା ନିୟୋଜନ ଅଧିକାରୀ ବିଜୟ କୁମାର ଉପାଧ୍ୟାୟ , ସେଂଟ୍ରାଲ ବ୍ୟାଙ୍କ ଆର୍‌ସେଟୀର ନିର୍ଦ୍ଦେଶକ ନିମ୍ବାୟ ମାରାଣ୍ଡି , ଦେବଗଡ ସ୍ୱତନ୍ତ୍ର ଉପ କାରାଗାରର ଅଧିକ୍ଷକ ବିକାଶ କୁମାର ସାହୁ ଏବଂ ଓଆର୍‌ଏସ୍ ଦୟାଲ ଓମ୍ ପ୍ରକାଶ ସାହୁ ଉପସ୍ଥିତ ଥିଲେ । ସ୍ୱତନ୍ତ୍ର ଉପ କାରାଗାରର ଉଭୟ ପୁରୁଷ ଓ ମହିଳା ଅନ୍ତେବାସୀ ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଛତୁ ଚାଷ, ଗେଣ୍ଡୁ ଫୁଲ ଚାଷ, ସିଲେଇ ଶିକ୍ଷା, ଧୁପକାଠି ପ୍ରସ୍ତୁତି, ମହମବତୀ ପ୍ରସ୍ତୁତି, ଅଦି ଉପରେ ତାଲିମ ପ୍ରଦାନ କରାଯିବ ବୋଲି ସେଂଟ୍ରାଲ ବ୍ୟାଙ୍କ ଆର୍‌ସେଟୀ ପକ୍ଷରୁ ସୂଚନା ମିଳିଛି । ଆଜିର କାର୍ଯ୍ୟକ୍ରମ ପରିଚାଳନାରେ ଦେବଗଡ ସ୍ୱତନ୍ତ୍ର ଉପ କାରାଗାରର ଆସିଷ୍ଟାଂଟ ଜେଲର ସରିତା ସାଏ, କାରାରକ୍ଷୀ ସୁରେଶ କୁମାର ମେହେର, ସଂକୀର୍ତନ ସାହୁ, ରବୀନ୍ଦ୍ର ବାଘ, ଜ୍ୟୋତୀନ୍ଦ୍ର କୁମୁରା ଓ ମୂଖ୍ୟ କାରାରକ୍ଷୀ ଆରତୀ ସାହୁ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.