ବ୍ରାହ୍ମଣୀଗାଁ ଥାନା ଆମ ପୋଲିସ ସମିତି ବୈଠକ…

add-all

ଦାରିଙ୍ଗବାଡି,୨୮/୨, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆଜି ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ଭାବେ ନୂତନ ଭାବେ ଯୋଗ ଦେଇଥିବା ଅଧିକାରୀ ଚିରଞ୍ଜିବି ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏହି ବୈଠକରେ ଥାନା ଅଧିନସ୍ତ ୮ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସ୍ବେଚ୍ଛାସେବୀ, ଯୁବନେତା, ସାମାଜିକ କର୍ମୀ, ବ୍ରାହ୍ମଣୀଗାଁ ବଜାର ସ୍ଥିତ ବ୍ୟବସାୟୀ ଗୋଷ୍ଠି, ହ୍ୟୂମାନ ରାଇଟସ ପ୍ରଣ୍ଟ ଇଣ୍ଡିଆର କର୍ମକର୍ତ୍ତା, ଗଣ ମାଧ୍ୟମ ପ୍ରତିନିଧି ସମୂହ ଯୋଗ ଦେଇଥିଲେ। ବୈଠକର ମୂଳ ଲକ୍ଷ ପୋଲିସ ସହିତ ଜନ ପ୍ରତିନିଧି ଓ ଜନ ସଧାରଣ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରି ସୁସ୍ଥ ସମାଜ୍ ଗଠନ କରିବା। ବୈଠକରେ ମୁଖ୍ୟତଃ ବେଆଇନ ମଦ କାରବାର ସହିତ ବାଜାର ରାସ୍ତାରେ ଦୃତଗତିରେ ମୋଟର ସାଇକେଲ ଚାଳନା ରୋକିବାକୁ ଗୁରୁତ୍ଵ ଦିଆଯାଇଥିଲା। ଥାନା ଅଧିକାରୀ ଏହି ସବୁ ସମସ୍ୟାକୁ ଯଥା ସାଧ୍ୟ ସମାଧାନ କରିବାକୁ ପ୍ରତିଶୃତି ଦେବା ସହିତ ପ୍ରତିମାସରେ ବିଭିନ୍ନ ପଞ୍ଚାୟତରେ ଆମ ପୋଲିସ ସମିତି ବୈଠକ କରାଯିବ କହିଥିଲେ।ଏହି କାର୍ଯ୍ୟକ୍ରମରେ ଏସ ଆଇ ସଂଗ୍ରାମ ସୁବୁଦ୍ଧି, ଏ ଏସ ଆଇ ସଙ୍କର ୱାଡାକା, ରାଇଟର ଅଶୋକ ସାହୁଙ୍କ ସହିତ ଥାନାର ସମସ୍ତ କର୍ମ ଚାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.