ଜାତୀୟ ବିଜ୍ଞାନ ଦିବସ ପାଳିତ

add-all

ଛତ୍ରପୁର : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ ବିଜ୍ଞାନ ଦିବସ ମହାସମାରୋହରେ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ, ମୁଖ୍ୟ ଅତିଥି ରୂପେ ଭାରତୀୟ ବିଜ୍ଞାନ ଗବେଷଣାତ୍ମକ ଅନୁଷ୍ଠାନ, ବ୍ରହ୍ମପୁରର ସହକାରୀ ପ୍ରଧ୍ୟାପକ ଡ. ପ୍ରଭାତ କୁମାର ପରିଡା ଯୋଗଦେଇ ପିଲାଙ୍କୁ ବିଜ୍ଞାନ ଗବେଷଣା କ୍ଷେତ୍ରରେ ବର୍ତ୍ତମାନର କିଶୋର ବର୍ଗଙ୍କୁ ଆଗକୁ ଆସି କାର୍ଯ୍ୟ କରିବାର ଆହ୍ବାନକରିଥିଲେ। ବିଜ୍ଞାନ ବିଷୟପ୍ରମୁଖ ତଥା ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ପିଲାଙ୍କୁ ବିଜ୍ଞାନ ଦିବସର ପୃଷ୍ଠଭୂମି ବିଷୟରେ ଅବଗତ କରିଥିଲେ । ସଭାପତି ଉପେନ୍ଦ୍ର ମହାନ୍ତି କାହାଣୀ ମାଧ୍ୟମରେ ପିଲାଙ୍କୁ ବିଜ୍ଞାନର ଗାରୀମା ବିଷୟରେ ମନ୍ତବ୍ୟ ରଖିଥିଲେ । ଶେଷରେ ବିଜ୍ଞାନ ଦିବସ ଅବସରରେ ବିଦ୍ୟାଳୟରେ ଶିଶୁମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏବଂ ଭାରତୀୟ ବୈଜ୍ଞାନିକ ମାନଙ୍କ ଜୀବନୀ ଓ ଗବେଷଣାକୁ ଆଧାର କରି ଏକ ପ୍ରାଚୀର ପତ୍ରିକା ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ବିଜ୍ଞାନ ଗୁରୁଜୀ ଅମିତ୍ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.