ଭୁବନେଶ୍ବରରେ ଉଦଘାଟନ ହେଲା ମିଶନ ଶକ୍ତି ବଜାର

add-all

ଭୁବନେଶ୍ବର : ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଉତ୍ପାଦ ବିକ୍ରି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଭେଟି। ଭୁବନେଶ୍ବରରେ ମିଶନ ଶକ୍ତି ବଜାରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏସଏଚଜି ଉଦ୍ଯୋଗୀଙ୍କ ଆଶାକୁ ମିଶନ ଶକ୍ତି ବଜାର ଆହୁରି ମଜଭୁତ କରିବ ବୋଲି ଆଶା ରହିଛି। ଏହି ବଜାର ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ ହେବ। ମିଶନ ଶକ୍ତି ବଜାରକୁ ଲୋକାର୍ପଣ କରିବା ପରେ ଏହାକୁ ବୁଲି ଦେଖିଥିଲେ ମୁଖ୍ଯମନ୍ତ୍ରୀ।

ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମୌଳିକ ଉତ୍ପାଦ ବିକ୍ରିବଟା ପାଇଁ ମିଶନ ଶକ୍ତି ବିଭାଗ ୧୦ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣ ହୋଇଛି ଏହି ବଜାର। ଏହାର ପରିଚାଳନା ଖୋର୍ଦ୍ଧା ମାତୃଶକ୍ତି ଫାର୍ମର୍ସ ପ୍ରଡ୍ୟୁସ୍ କମ୍ପାନୀ ଲିମିଟେଡକୁ ପ୍ରଦାନ କରାଯାଇଛି। ଲୋକଙ୍କ ପାଇଁ ଏହି ବଜାର ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ।

ଏଠାରେ ଝାଡ଼ୁଠାରୁ ପାଟଶାଢ଼ୀ,ମିଲେଟସ ଉତ୍ପାଦ, କନ୍ଧମାଳ ହଳଦୀ, ମାଣ୍ଡିଆ, ଭଳି ପ୍ରାୟ ୨୮ ପ୍ରକାର ଉତ୍ପାଦ କିଣିବାର ସୁବିଧା ଉପଲବ୍ଧ ହେବ । ବର୍ଷ ସାରା ମିଳିବ ୩୦ ଜିଲ୍ଲାରେ ମିଶନ ଶକ୍ତି ସଦସ୍ୟା ପ୍ରସ୍ତୁତ କରୁଥିବା ହାତ ତିଆରି ସାମଗ୍ରୀ । ଏବେ ବଜାର ସୁବିଧା ଦେଇ ମାଆଙ୍କ ଉତ୍ପାଦ କିପରି ବିଦେଶରେ ପହଞ୍ଚି ପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଏହି ବଳିଷ୍ଠ ପଦକ୍ଷେପ।

ad-week
Leave A Reply

Your email address will not be published.