ଆତ୍ମଘୋଷିତ ବାବା ଆଶାରାମକୁ ସୁପ୍ରିମକୋର୍ଟ ଝଟକା

add-all

ଆତ୍ମଘୋଷିତ ବାବା ଆଶାରାମକୁ ଆଜି ସୁପ୍ରିମକୋର୍ଟ ଝଟକା ଲାଗିଛି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଆଶାରାମ ସ୍ୱାସ୍ଥ୍ୟଗତ ଆଳ ଦେଖାଇ ଦଣ୍ଡାଦେଶକୁ କୋହଳ ପାଇଁ ଆବେଦନ କରିଥିଲା। କିନ୍ତୁ ସୁପ୍ରିମକୋର୍ଟ ଏପରି ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରି ନାହାନ୍ତି।

ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଆବେଦନକୁ ଖାରଜ କରିବା ସହ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କୁ ଆଶ୍ୱସ୍ତି ପାଇଁ ରାଜସ୍ଥାନ ହାଇକୋର୍ଟରେ ଆବେଦନ କରିବାକୁ କହିଛନ୍ତି।

ରାଜସ୍ଥାନ ହାଇକୋର୍ଟରେ ଦଣ୍ଡାଦେଶକୁ କୋହଳ ପାଇଁ ଆଶାରାମ ୪ ଥର ଆବେଦନ କରି ନିରାଶ ହୋଇଥିଲା। ଏହା ବିରୋଧରେ ସେ ସୁପ୍ରିମକୋର୍ଟ ଯାଇଥିଲା। ସୁପ୍ରିମକୋର୍ଟ ମଧ୍ୟ ଆବେଦନର ଶୁଣାଣି କରି ନାହାନ୍ତି।

ହାଇକୋର୍ଟ ଆବେଦନ ଅଗ୍ରାହ୍ୟ କରିବା ବେଳେ କହିଥିଲେ ଯେ ଯଦି ଆଶାରାମକୁ ନିଜ ଇଚ୍ଛାରେ ଚିକିତ୍ସା ପାଇଁ ଅନୁମତି ଦିଆଯିବ, ତା’ହେଲେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ପୁଲିସ ହେପାଜତରେ ହିଁ ତା’ର ଚିକିତ୍ସା ହେବା ଦରକାର।

ଆଜି ସୁପ୍ରିମକୋର୍ଟଙ୍କୁ ଆଶାରାମ କହିଛି ଯେ ସରକାରୀ ଓକିଲଙ୍କ ପ୍ରସ୍ତାବ ଅନୁଯାୟୀ ପୁଲିସ ହେପାଜତରେ ସେ ମହାରାଷ୍ଟ୍ରର ମାଧବବାଗ ହାର୍ଟ ହସ୍ପିଟାଲରେ ଚିକିତ୍ସିତ ହେବାକୁ ରାଜି। ଏକଥା ଶୁଣିବା ପରେ ଖଣ୍ଡପୀଠ ତାକୁ ଆବେଦନ ରାଜସ୍ଥାନ ହାଇକୋର୍ଟରେ ଦାଖଲ କରିବାକୁ କହିଛନ୍ତି।

ଆଶାରାମ ଏକାଧିକ ହାର୍ଟ ଆଟାକର ସମ୍ମୁଖୀନ ହୋଇଥିବା ବେଳେ ଗ୍ୟାସ ଠାରୁ ଆରମ୍ଭ କରି ବିଭିନ୍ନ ବୟସଜନିତ ରୋଗରେ ସେ ପୀଡ଼ିତ ବୋଲି ତା’ ଓକିଲ କହିଛନ୍ତି।

୨୦୧୮ ଆତ୍ମଘୋଷିତ ବାବା ଆଶାରାମକୁ ଯୋଧପୁରରେ ଥିବା ସ୍ୱତନ୍ତ୍ର ପୋକସୋ କୋର୍ଟ ଏକାଧିକ ଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।

୨୦୧୩ ମସିହା ସେପ୍ଟେମ୍ବର ୨ରୁ ଆଶାରାମ ଜେଲରେ ରହିଛି। ଇନ୍ଦୋରରେ ତାକୁ ଗିରଫ କରାଯିବା ପରେ ଯୋଧପୁର ଅଣା ଯାଇଥିଲା। ୨୦୧୩ ଅଗଷ୍ଟ ୧୫ରେ ଆଶାରାମ ତା’ର ଜଣେ ନାବାଳିକା ଅନୁଗାମୀଙ୍କୁ ଯୋଧପୁର ଆଶ୍ରମକୁ ଡାକି ଦୁଷ୍କର୍ମ କରିଥିଲା।

ad-week
Leave A Reply

Your email address will not be published.