ସିଆରପିଏଫ୍ କ୍ୟାମ୍ପ ଆକ୍ରମଣର ଦୋଷୀ ମହମ୍ମଦ ସରିଫକୁ ଗୁଳି କରି ହତ୍ୟା

kalipuja

ଲକ୍ଷ୍ନୌ: ରାମପୁର ସିଆରପିଏଫ କ୍ୟାମ୍ପ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମହମ୍ମଦ ସରିଫଙ୍କୁ ହତ୍ୟା କରାଯାଇଛି । ପୋଲିସର ସୂଚନା ଅନୁଯାୟୀ, ଅଜ୍ଞାତ ଆକ୍ରମଣକାରୀ ତାକୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ଖଜୁରିଆ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ମହମ୍ମଦ ସରିଫ ବଦନପୁରୀର ବାସିନ୍ଦା ଥିଲା । ପ୍ରାୟ ବର୍ଷ ତଳେ ହାଇକୋର୍ଟ ତାକୁ ସିଆରପିଏଫ କ୍ୟାମ୍ପ ଆତଙ୍କବାଦୀ ଆକ୍ରମଣ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ । ୨୦୦୭ ଡିସେମ୍ବର ୩୧ ରାତିରେ ରାମପୁର ସିଆରପିଏଫ କ୍ୟାମ୍ପ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ସାତ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଜଣେ ରିକ୍ସା ଚାଳକ ମଧ୍ୟ ପ୍ରାଣ ହରାଇଥିଲେ । ମହମ୍ମଦ ସରିଫ ସିଆରପିଏଫ କ୍ୟାମ୍ପ ଆକ୍ରମଣ ମାମଲାରେ ୭ ବର୍ଷ ଜେଲ ଦଣ୍ଡ ଭୋଗ କରି ଜେଲରୁ ବାହାରି ଥିଲା ।

ଡିସେମ୍ବର ୩୧, ୨୦୦୭ ଏବଂ ଜାନୁଆରୀ ୧, ୨୦୦୮ ରାତିରେ ରାମପୁର ସିଆରପିଏଫ୍ ଗ୍ରୁପ୍ ସେଣ୍ଟର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମହମ୍ମଦ ସରିଫ ନାଁ ସାମ୍ନାକୁ ଆସିଥିଲା । ୨୦୧୯ ମସିହାରେ ରାମପୁରର ଏକ କୋର୍ଟ ମହମ୍ମଦ ସରିଫଙ୍କ ସମେତ ଚାରି ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲା । ଏଥିରେ ସବାଉଦ୍ଦିନ୍, ଇମ୍ରାନ ଶାହଜାଦ ଏବଂ ମହମ୍ମଦ ଫାରୁକ ସାମିଲ ଥିଲେ । ଜଙ୍ଗ ବାହାଦୁର ଖାନଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା ।

ଏହା ପରେ ମାମଲାଟି ଆଲ୍ଲାହାବାଦ ହାଇକୋର୍ଟରେ ପହଞ୍ଚିଲା । ୨୦୨୫ ଅକ୍ଟୋବର ୨୯ରେ ହାଇକୋର୍ଟ ଟ୍ରାଏଲ୍ କୋର୍ଟର ନିଷ୍ପତ୍ତିକୁ ରଦ୍ଦ କରିଦେଲେ । ତଦନ୍ତରେ ଗୁରୁତର ତ୍ରୁଟି ଦର୍ଶାଇ କୋର୍ଟ ମହମ୍ମଦ ସରିଫ ସମେତ ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ହତ୍ୟା, ଆତଙ୍କବାଦ ଏବଂ ଷଡ଼ଯନ୍ତ୍ର ଅଭିଯୋଗରୁ ମୁକ୍ତ କରିଥିଲେ । ତେବେ ହାଇକୋର୍ଟ ସମସ୍ତ ପାଞ୍ଚ ଜଣଙ୍କୁ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲଦଣ୍ଡ ଏବଂ ୧ ଲକ୍ଷ ଜରିମାନା ଦଣ୍ଡାଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିଷ୍ପତ୍ତି ପରେ, ମହମ୍ମଦ ସରିଫକୁ ନଭେମ୍ବର ୨୦୨୫ରେ ବରେଲି କେନ୍ଦ୍ରୀୟ କାରାଗାରରୁ ମୁକ୍ତ କରାଯାଇଥିଲା ।

ଉତ୍ତର ପ୍ରଦେଶ ସରକାର ହାଇକୋର୍ଟଙ୍କ ନିଷ୍ପତ୍ତି ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଫେବ୍ରୁଆରୀ ୧୧, ୨୦୨୬ରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଆବେଦନର ଶୁଣାଣି କରିବାକୁ ରାଜି ହୋଇଥିଲେ । ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଥିଲା । ଉତ୍ତର ପ୍ରଦେଶ ସରକାର ହାଇକୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ଏହାରି ଭିତରେ ଅଜ୍ଞାତଙ୍କ ଗୁଳିମାଡ଼ରେ ସରିଫର ମୃତ୍ୟୁ ହୋଇଛି ।

ad-week
Leave A Reply

Your email address will not be published.