୯୭୭ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

add-all

ଭୁବନେଶ୍ୱର : ୯୭୭ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର। ୮୭ ଜଣ ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ , ୫୭ ସମବାୟ ସମିତି ନିରୀକ୍ଷକ ଏବଂ ସୂଚନା ଓ ଲୋକସଂପର୍କ ବିଭାଗରେ ଗ୍ରୁପ ସି ସ୍ତରରେ ୩୧ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର। ଆଜି ନିଯୁକ୍ତି ପାଇଥିବା ୯୭୭ ଜଣ ଅଧ୍ୟାପକ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଯୋଗ ଦେବେ। ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଥିଲା ନିଯୁକ୍ତି ପର୍ବ। ନବନିଯୁକ୍ତମାନଙ୍କୁ ସ୍ବାଗତ କରିବା ସହ 5T ମନ୍ତ୍ର ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ନିଜ କ୍ଷେତ୍ରରେ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।

ad-week
Leave A Reply

Your email address will not be published.