ଭାଇଭଉଣୀଙ୍କ ଆତ୍ମହତ୍ୟା!

add-all

ଭଦ୍ରକ : ଗୋଟିଏ ଦିନରେ ଗୋଟିଏ ପରିବାରର ଦୁଇ ଜଣ ସଦସ୍ୟଙ୍କର ଆତ୍ମହତ୍ୟା! ମୃତକ ଦ୍ୱୟ ସଂପର୍କରେ ଭାଇଭଉଣୀ। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କୋଠାର ଗାଁରେ।
ଗାଁର ବିଦ୍ୟାଧର ବେହେରାଙ୍କ ପୁଅ ସନାତନ ବେହେରା ଆଜି ସକାଳେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ମଧ୍ୟାହ୍ନରେ ବିଦ୍ୟାଧର ବେହେରାଙ୍କ ବଡ଼ ଭାଇଙ୍କ ଝିଅ ଅର୍ଥାତ୍ ସନାତନଙ୍କ ବଡ଼ ବାପା ଝିଅ ନିରୁପମା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ନିରୁପମା ଘରେ ଆତ୍ମହତ୍ୟା କରିଥିଲେ।
ଭାଇଭଉଣୀ କାହିଁକି ଆତ୍ମହତ୍ୟା କଲେ, ତାହା ସ୍ପଷ୍ଟ ହୋଇପାରିନାହିଁ। ତେବେ ମିଳିଥିବା ସୂଚନା ଅନୁଯାୟୀ, ବିଦ୍ୟାଧର ବେହେରା ଓ ତାଙ୍କ ବଡ଼ ଭାଇଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେଲା ଜମିବାଡ଼ିକୁ ନେଇ ବିବାଦ ରହି ଆସିଛି। ବିଦ୍ୟାଧର ବେହେରାଙ୍କ ପୁଅ ସନାତନ ବେଙ୍ଗାଲୁରୁରେ ରହି କାମ କରୁଥିଲେ। ସେ ୧୫ ଦିନ ହେଲା ଗାଁରେ ଥିଲେ।
କୁହାଯାଉଛି, ଆଜି ସନାତନ ଆତ୍ମହତ୍ୟା କରିବା ପରେ ତାଙ୍କ ବାପା ବିଦ୍ୟାଧର ବେହେରା ବଡ଼ ଭାଇ ଘରକୁ ଆସି ପାଟତୁଣ୍ଡ କରିଥିଲେ। ସେତେବେଳେ ବଡ଼ ଭାଇ ଘରେ କେହି ନଥିଲେ। କେବଳ ତାଙ୍କ ଝିଆରୀ ନିରୁପମା ଥିଲେ। ବିଦ୍ୟାଧର ପାଟିତୁଣ୍ଡ କରି ଯିବା ପରେ ନିରୁପମା ଆତ୍ମହତ୍ୟା କରିଥିଲେ।
ଧୂଷୁରୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ସେହିପରି ଘଟଣା ପଛରେ କ’ଣ କାରଣ ରହିଛି, ତାହା ପୁଲିସ୍ ତଦନ୍ତରୁ ଜଣାପଡ଼ିବ।

ad-week
Leave A Reply

Your email address will not be published.