ଭିଜିଲାନ୍ସ ଜାଲରେ ଏଏସ୍‌ଆଇ,ନେଉଥିଲେ ଲାଞ୍ଚ…

add-all

କଟକ : ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଏଏସ୍‌ଆଇ ଆଲୋକ କୁମାର ଷଡ଼ଙ୍ଗୀ। ଜଣେ ବ୍ୟକ୍ତିଙ୍କ ନାଁରେ ଭଦ୍ରେଶ୍ୱର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସେଥିରେ ତାଙ୍କୁ ସହଯୋଗ କରିବାକୁ ଲାଞ୍ଚ ମାଗିଥିଲେ ଏଏସ୍‌ଆଇ ଆଲୋକ କୁମାର ଷଡ଼ଙ୍ଗୀ। ଏନେଇ ସେହି ବ୍ୟକ୍ତି ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଯୋଜନା ମୁତାବକ ଆଜି ଅଭିଯୋଗକାରୀ ଏଏସ୍‌ଆଇ ଆଲୋକ କୁମାର ଷଡ଼ଙ୍ଗୀଙ୍କୁ ୮ ହଜାର ଟଙ୍କା ଦେଇଥିଲେ। ସେହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରି ଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା।
ଲାଞ୍ଚ ନେଇ ଧରାପଡ଼ିବା ପରେ ଏଏସ୍‌ଆଇ ଆଲୋକ କୁମାର ଷଡ଼ଙ୍ଗୀଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ଏହି ଘଟଣାରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

ସେହିପରି ଆଜି ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଏଏସ୍‌ଆଇ ସୀମାଞ୍ଚଳ ମହାରଣା। ସେ ଥାନା ଭିତରେ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଲା ବେଳେ ଧରାପଡ଼ିଛନ୍ତି।

ad-week
Leave A Reply

Your email address will not be published.