ଯୁବକଙ୍କୁ ଅପହରଣ କରି ମୁହଁରେ ପରିସ୍ରା କଲେ, ନିର୍ଧୁମ ପିଟିଲେ

add-all

ଯୁବକଙ୍କୁ ପ୍ରଥମେ ଅପହରଣ କଲେ। ଏହାପରେ ତାଙ୍କୁ ବରଫ ଉପରେ ଶୁଆଇ ନିର୍ଧୁମ ପିଟିଲେ। କେବଳ ସେତିକି ନୁହେଁ ତାଙ୍କ ମୁହଁରେ ପରିସ୍ରା ମଧ୍ୟ କଲେ ଦୁର୍ବୃତ୍ତ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ମଧ୍ୟ ପ୍ରଦେଶର ଶିବପୁରୀ ଅଞ୍ଚଳରୁ।

ଶିବପୁରୀର କରୈରାରେ ବଢ଼ି ଚାଲିଛି ଅପରଧାର। କିଛି ଦୁର୍ବୃତ୍ତ ଦିନ ଦ୍ୱିପହରେ ଜଣେ ଯୁବକଙ୍କୁ ଅପହରଣ କରି ନେଇଛନ୍ତି। ତାଙ୍କୁ ଅପହରଣ କରି ବରଫ ଉପରେ ଶୁଆଇ ନିର୍ଧୁମ ମାଡ ମାରିଛନ୍ତି। ଏହାପରେ ତାଙ୍କ ମୁହଁରେ ପରିସ୍ରା କରିଛନ୍ତି। କେବଳ ସେତିକି ନୁହେଁ ଦୁର୍ବୃତ୍ତମାନେ ଯୁବକଙ୍କୁ କାର୍‌ରେ ଅପହରଣ କରି ନେଇଥିବାର ଭିଡିଓକୁ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ କରିଛନ୍ତି।

ଥାନ୍ରା ହଲ ନିବାସୀ ଅଭିଯୋଗକାରୀ ସାଗର ଶର୍ମା କହିଛନ୍ତି ଯେ କରୈରାର ଧର୍ମେନ୍ଦ୍ର, ଆକାଶ ଯାଦବ ଏବଂ ସୌରଭଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହା ପରେ, ଜାନୁଆରୀ ୨୯ରେ, ଏହି ତିନି ଜଣ ସେମାନଙ୍କ ସହଯୋଗୀମାନଙ୍କ ସହିତ ଆକାଶ ଯାଦବଙ୍କ କାରରେ ଆସି ମୋତେ ଅପହରଣ କରିଥିଲେ।

ଅପହରଣ ପରେ ତାଙ୍କୁ ଏକ ବରଫ କାରଖାନାକୁ ନିଆଯାଇଥିଲା। ସେଠାରେ ବରଫ ଖଣ୍ଡ ଉପରେ ତାଙ୍କୁ ପ୍ରାୟ ଏକ ଘଣ୍ଟା କାଳ ଶୁଆଇ ସେମାନେ ମାଡ ମାରିଥିଲେ। ପୂର୍ବରୁ ଏହି ତିନି ଜଣଙ୍କ ବିରୋଧରେ କରିଥିବା ଏଫଆଇଆର୍‌କୁ ଫେରାଇ ନେବାକୁ କହି ପାଦ ଧରିବାକୁ କହିଥିଲେ। ଏପରିକି ତାଙ୍କ ମୁହଁରେ ପରିସ୍ରା ମଧ୍ୟ କରାଯାଇଥିଲା ବୋଲି ସାଗର ଏସ୍‌ପି ଅଫିସରେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଶନିବାର ଦିଲ୍ଲୀରୁ ଗିରଫ କରିଛି।

ପୁଲିସ ସୂଚନା ମୁତାବକ, ଦୁର୍ବୃତ୍ତମାନେ ସାଗରକୁ ଅପରଣ କରି ମାଡ ମାରିବା ପରେ ତାଙ୍କୁ ତା’ପର ଦିନ ମୁଙ୍ଗାବଲି ତିରାହେରେ ଫିଙ୍ଗି ଚାଲିଯାଇଥିଲେ। ଅଭିଯୁକ୍ତମାନେ ସାଗରଙ୍କୁ ଧମକ ମଧ୍ୟ ଦେଇଥିଲେ ଯେ ସେମାନେ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ତାଙ୍କ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହା ପରେ ସେମାନେ ସେହି ଭିଡିଓକୁ ଭାଇରାଲ କରିଥିଲେ। ଭିଡିଓରେ ପ୍ରାୟ ୬ରୁ ୭ ଜଣ ଅଭିଯୁକ୍ତ ସାଗରଙ୍କୁ କାରରେ ବସାଇ ତାଙ୍କ ସହ  ଦୁର୍ବ୍ୟବହାର କରିବା ସହ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଆଧାର କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ପୁଲିସ କହିଛି। 

ad-week
Leave A Reply

Your email address will not be published.